Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ବନ୍ଦ ଘରୁ ଉଦ୍ଧାର ହେଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ: ହତ୍ୟା ନା ଆତ୍ମହତ୍ୟା?

7/12/2019 at 7:28 AM

ଧମତରୀ୭/୧୨: ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି।  ଏକ ବନ୍ଦ କୋଠରୀରୁ ମହିଳାଙ୍କ ଅଧାଜଳା ଶବକୁ ପୋଲିସ ଉଦ୍ଧାର କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଘଟଣା ସମୟରେ ମହିଳା ଘରେ ଏକୁଟିଆ ଥିଲେ। ପୋଲିସର ସୂଚନା ଅନୁସାରେ ରୁମ ଭିତର ପଟୁ ଲକ୍ ଥିବା ସମୟରେ ଏଭଳି ଘଟଣା ଘଟିଛି। ଏହା ହତ୍ୟା ନା ଆତ୍ମହତ୍ୟା ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଛତିଶଗଡ଼ର ଧମତରୀର ବେରଲ ଅଞ୍ଚଳରେ ଏଭଳି ଅବଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସା​‌ରେ  ମୃତକ ମହିଳା ବାସନ୍ତି ପ୍ରଜାପତି ନିଜ ପିଲାଙ୍କ ସହ ସିହାଓ୍ବା ଗାଁରେ ରହୁଥିଲେ। ଗତ ରାତିରେ ତାଙ୍କର ଦୁଇଜଣ ପିଲା ସଂପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ। ପିଲାମାନେ  ସଂପର୍କୀୟଙ୍କ ଘରକୁ ଯିବାର କିଛି ସମୟ ପରେ ହଠାତ୍‌ ଘର ଭିତରୁ ନିଆଁ ଜଳି ଉଠିଥିଲା। ସ୍ଥାନୀୟ ଲୋକ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିଥିଲେ। ଏହି ନିଆଁରେ ବାସନ୍ତିଙ୍କ ମୃତ୍ୟୁ ହୋଇଥିଲା। ବାସନ୍ତି ନିଜେ ନିଜ ଦେହରେ ନିଆଁ ଲଗାଇଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ

   Related Posts