Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

AK-47 ଭୟରେ ଦୌଡ଼ିବ ଅର୍ଥନୀତି ? ହାତରେ ବନ୍ଧୁକ, ଟେବୁଲ ଉପରେ ଲାପଟପ୍‌: ଇଏ ହେଉଛି ଆଫଗାନିସ୍ତାନ କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆ

9/09/2021 at 7:19 PM

କାବୁଲ ୯/୦୯: ଆପଗାନିସ୍ତାନରେ ଅପାଠୁଆ ସରକାର। ମୁଣ୍ଡରେ ଜ୍ଞାନ ନାହିଁ କିନ୍ତୁ ଭୟର ସ୍ତମ୍ଭ ଉପରେ ଛିଡ଼ା ହୋଇଛି ବିଶାଳ ସାମ୍ରାଜ୍ୟ। ପ୍ଲେନ୍‌ ହାଇଜାକରର ପୁଅ ବୈଦେଶିକ ମନ୍ତ୍ରୀ ହୋଇଥିବା ବେଳେ ଶିକ୍ଷା ମନ୍ତ୍ରୀ ହାତରେ ରହିଛି ଏକେ-୪୭। ସେହିଭଳି ଜଣେ ବ୍ୟାଙ୍କରର ଫଟୋ ମଧ୍ୟ ଭାଇରାଲ ହେଉଛି। ହାତରେ ଧରିଛି ଏକେ-୪୭ ଏବଂ ଆଗରେ ଥୋଇଛି ଲାପଟପ। ସେ ଆଉ କେହି ନୁହେଁ ସେ ହେଉଛି ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆ ହାଜି ମହମ୍ମଦ ଇଦାରିସ।

‘ଦା ଆଫଗାନିସ୍ତାନ ବ୍ୟାଙ୍କ’ର ମୁଖ୍ୟ ଇଦାରିସ୍‌ ଟେବୁଲରେ ବନ୍ଧୁକ ରଖି ଲାପଟପ୍‌ ଚଲାଉଥିବା ଦେଖିବାକୁ ମିଳିଛି। ନିକଟରେ ତାଲିବାନର ପ୍ରବକ୍ତା ଜବୀହୁଲ୍ଲାହ ମୁଜାହିଦ ଇଦାରିସ୍‌ ଡିଏବିର ମୁଖ୍ୟ ବୋଲି ଘୋଷଣା କରିଥିଲା। ଭାରତର ରିଜର୍ଭ ବ୍ୟାଙ୍କ ଭଳି ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ହେଉଛି ଡିଏବି। ଦେଶର ଅର୍ଥ ବ୍ୟବସ୍ଥା ଏହା ଉପରେ ପ୍ରାୟତଃ ନିର୍ଭର କରେ। ହାଜି ମହମ୍ମଦ ଇଦାରିସ ଆଫଗାନିସ୍ତାନର ଜୌଜାନର ବାସିନ୍ଦା ଏବଂ ତାଲିବାନର ଆର୍ଥିକ ମାମଲାର ପ୍ରମୁଖ।

ବନ୍ଧୁକଧାରୀ ଅର୍ଥନୀତିଜ୍ଞ ଆଫଗାନିସ୍ତାନର ଇକୋନୋମିକୁ କେମିତି ସମ୍ଭାଳିବ ତାହା ତ ସମୟ କହିବ କିନ୍ତୁ ଦେଶ ଏବେ ଆର୍ଥିକ ଅନାଟନର ସମ୍ମୁଖୀନ ହୋଇଛି।  ଚୀନ ଏବଂ ପାକିସ୍ତାନ ଭଳି ଦେଶକୁ ବାଦ ଦେଲେ ଅନ୍ୟ ଦେଶ ଏବେ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଦେବା ବନ୍ଦ କରିଦେଇଛନ୍ତି। ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ଅଧିକାଂଶ ବ୍ୟାଙ୍କ ବନ୍ଦ ହୋଇ ପଡ଼ିରହିଥିବା ବେଳେ ଲୋକେ ଟଙ୍କା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସାମଗ୍ରୀର ଅଭାବ ଦେଖାଦେଇଥିବାରୁ ଦରଦାମ ଆକାଶଛୁଆଁ ହୋଇଛି।

   Related Posts