ଗୁଜୁରାଟ କଂଗ୍ରେସରେ ହେଲା ପରିବର୍ତ୍ତନ: ଏବେ ରାଜ୍ୟ କଂଗ୍ରେସର ପଡିପାରେ ପାଳି, ରେସ୍‌ରେ ଅଛନ୍ତି ୧୩ ନେତା

Published By : Prameya-News7 Bureau | July 12, 2020 IST

ଭୁବନେଶ୍ବର୧୨/୭: ଗୁଜୁରାଟ କଂଗ୍ରେସରେ ପରିବର୍ତ୍ତନ ହେଲା। ଏବେ ରାଜ୍ୟ କଂଗ୍ରେସ ପରିବର୍ତ୍ତନର ପାଳି ପଡିବ କି। ଏପଟେ କିନ୍ତୁ ପିସିସି ସଭାପତି ପରିବର୍ତ୍ତନ ପାଇଁ ବରିଷ୍ଠ ନେତା ଦାବି ଉଠାଇଲେଣି। ବର୍ତ୍ତମାନ ସ୍ଥିତିରେ ପିସିସି ସଭାପତି ପରିବର୍ତ୍ତନ କରିବା ଆବଶ୍ୟକ ଅଛି। ଜଣେ ଯୁବ ଓ ଦକ୍ଷ ନେତାଙ୍କୁ କଂଗ୍ରେସ ସଭାପତି କରାଯାଉ। ଏପଟେ ଗତ କାଲି ସାଂସଦଙ୍କ ସହ ସୋନିଆଙ୍କ ଭର୍ଚୁଆଲ ବୈଠକରେ ଓଡିଶା ସଙ୍ଗଠନ ନେଇ ଆଲୋଚନା କରିବା ପରେ ଜୋର୍‌ ଧରିଛି ପିସିସି ସଭାପତି ପରିବର୍ତ୍ତନ ଚର୍ଚ୍ଚା।.

ଜୋର ଧରିଲା ପିସିସି ସଭାପତି ପରିବର୍ତ୍ତନ ଦାବି। ଗୁଜୁରାଟ ପରିବର୍ତ୍ତନ ପରେ ଏବେ ଓଡିଶାରେ ପରିବର୍ତ୍ତନ ନେଇ ଆଶା ଉପୁଜିଲା। ସାଂସଦଙ୍କ ସହ ଭଚୁଆଲ ମିଟିଂରେ ଇସରା ଦେଇଛନ୍ତି ସୋନିଆଗାନ୍ଧୀ। ଓଡିଶା ସ୍ଥିତି ନେଇ ସାଂସଦ ମାନଙ୍କ ସହିତ ଗତ କାଲି ସୋନିଆଙ୍କ ବସିଥିବା ଭଚ୍ୟୁଆଲ ମିଟିଂରେ  ସାଂସଦ ସପ୍ତଙ୍ଗିରି ଉଲାକା ଓଡିଶାର ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି।  ବର୍ତ୍ତମାନ ଓଡିଶାରେ ଏକ ବିରୋଧୀ ଦଳ ଆବଶ୍ୟକତା ରହିଛି। ବିଜେଡି-ବିଜେପି ମିଶି ସାରିଛନ୍ତି। ବିରୋଧୀ ଭୂମିକା ନିର୍ବାହ କରିବା ପାଇଁ କଂଗ୍ରେସ ପାଖରେ ସୁଯୋଗ ରହିଛି।  ସେଥିପାଇଁ ତୁରନ୍ତ ପିସିସି, ଜିଲ୍ଲା କଂଗ୍ରେସ କମିଟି ଏବଂ ବ୍ଲକ କଂଗ୍ରେସ କମିଟି ଗଠନ କରାଯାଉ ବୋଲି ସୋନିଆଙ୍କୁ ଅବଗତ କରିଛନ୍ତି ସପ୍ତଙ୍ଗିରି ଉଲ୍ଲକା।

ଏପଟେ ବରିଷ୍ଠ କଂଗ୍ରେସ ନେତା ପସିସି ସଭାପତି ପରିବର୍ତ୍ତନ ଦାବିକୁ ଦୋହରାଇଛନ୍ତି।  ପିସିସି ସଭାପତି ପରିବର୍ତ୍ତନ କରିବା ଆବଶ୍ୟକତା ଅଛି। ଜଣେ ଯୁବ ଓ ଦକ୍ଷତା ଥିବା  କଂଗ୍ରେସ ନେତାକୁ ପିସିସି ସଭାପତି କରାଯାଉ। ଯିଏ କଂଗ୍ରେସକୁ ଆଗକୁ ନେଇ ପାରିବ। ପିସିସି ସଭାପତି ରେସରେ ୧୩ କଂଗ୍ରେସ ନେତା ଅଛନ୍ତି। ଏମାନଙ୍କ ଭିତରେ ତାରାପ୍ରସାଦ ବାହିନିପତି, ମହମ୍ମଦ ମୋକିବ, ଶରତ ରାଉତ, ଶରତ ପଟ୍ଟନାୟକ, ପ୍ରଦୀନ ମାଝୀ ଏବଂ ଭକ୍ତ ଦାସଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି କହିଛନ୍ତି ସୁର । ଶରତ ରାଉତ କହିଛନ୍ତି ୨୦୧୯ ନିର୍ବାଚନ ପୂର୍ବରୁ ଆର୍ଥିକ ସ୍ଥିତି  ଏବଂ ଅଭିଜ୍ଞତାକୁ ​‌ଦେଖି ସଭାପତି ପରିବର୍ତ୍ତନ ହୋଇଥିଲା। ବର୍ତମାନର ସ୍ଥିତିକୁ ଦେଖି ସଭାପତି ପିରିବର୍ତ୍ତନ କରାଯାଉ ବୋଲି କହିଛନ୍ତି ଶରତ ରାଉତ। ଜୟଦେବ ଜେନା ବି ପିସିସି ସଭାପତି ପରିବର୍ତ୍ତନ କରିବାକୁ ମତ ରଖିଛନ୍ତି।

୨୦୧୯ ନିର୍ବାଚନ​‌ରେ କଂଗ୍ରେସ ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପରିବର୍ତ୍ତନ ଦାବି ଜୋର ଧରିଥିଲା। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ ସୁଦ୍ଧା ତାଙ୍କୁ ପୁଣି ପୁଣି ଦାୟୀତ୍ବ ଦେଇଥିଲା ଏଆଇସିସି। ଏବେ ପୁଣି ପରିବର୍ତ୍ତନ ନେଇ ଆରମ୍ଭ ହୋଇଗଲାଣି ରାଜ୍ୟ କଂଗ୍ରେସରେ ଦୌଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.