ପାକିସ୍ତାନ ଟିଭି ଲାଇଭ୍‌ 'ସୋ'ରେ ଇମ୍ରାନଙ୍କ ଉପରେ ଥିଲା ଆଲୋଚନା, ଭାଙ୍ଗିଗଲା ଚେୟାର, ଗଳି ପଡିଲେ ଅତିଥି... ଭିଡିଓ ଭାଇରାଲ

Published By : Prameya-News7 Bureau | March 04, 2020 IST

ଇସ୍ଲାମାବାଦ୪/୩: ପାକିସ୍ତାନ ଟିଭି ଚ୍ୟାନେଲରେ ଲାଇଭ 'ସୋ' ଚାଲିଥିବା ସମୟରେ ଭାଙ୍ଗି ଗଲା ଅତିଥିଙ୍କ ଚେୟାର। ବିଭିନ୍ନ ସମୟରେ ଟିଭି ଚ୍ୟାନେଲରେ ଲାଇଭ୍‌ 'ସୋ' ଚାଲିଥିବା ସମୟରେ ବସିଥିବା ଅତିଥିମାନେ ଚେୟାର ଛାଡ଼ି ଚାଲି ଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଅଧିକାଂଶ ସମୟରେ ପାକିସ୍ତାନ ଟିଭି ଚ୍ୟାନେଲ ଭିନ୍ନ ଚିତ୍ର ଦେଖିବାକୁ ମିଳିଥାଏ। କେତେ ବେଳେ ଆଲୋଚନା ପାଇଁ ଆସିଥିବା ପ୍ୟାନେଲ ଲିଷ୍ଟଙ୍କ ମଧ୍ୟରେ ଗଣ୍ଡଗୋଳ ତ କେତେ ବେଳେ ଉପସ୍ଥାପିକାଙ୍କୁ ଆକ୍ରମଣ। ଏହା କେବଳ ପାକିସ୍ତାନ ଟିଭି ଚ୍ୟାନେଲରେ ଅଧିକାଂଶ ସମୟରେ ଦେଖିବାକୁ ମିଳିଛି।

ଏଥର କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିିଳିଛି। ଟିଭି ଚ୍ୟାନେଲରେ ଏକ୍ସପର୍ଟଙ୍କ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଅଚାନକ ଅତିଥିଙ୍କ ଚେୟାର ଭାଙ୍ଗି ଯାଇଥିଲା। ଲାଇଭ 'ସୋ' ଏଭଳି ଘଟଣା ଚ୍ୟାନେଲରେ ଉପସ୍ଥାପିକା ସାୟଦ ଆୟଶା ନାଜ ଆଶ୍ଚର୍ଯ୍ୟ ହୋଇ ହୋଇ ଯାଇଥିଲେ। ଉପସ୍ଥାପିକା ତୁରନ୍ତ କର୍ମସିଆଲ ବ୍ରେକ ନେବା ପାଇଁ କହିଥିଲେ।

wp:core-embed/twitter {"url":"https://twitter.com/nailainayat/status/1234203412859957248?s=20","type":"rich","providerNameSlug":"twitter","className":""}
https://twitter.com/nailainayat/status/1234203412859957248?s=20
/wp:core-embed/twitter

ଟିଭି ସୋ ରେ ଚାରିଜଣ ଏକ୍ସପର୍ଟଙ୍କୁ ଡ଼କା ଯାଇଥିଲା। ପ୍ରସଙ୍ଗ ଥିଲା ଇମ୍ରାନଙ୍କ ସରକାରରେ ପାକିସ୍ତାନବାସୀ ଖୁସି ନାହାନ୍ତି। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣଙ୍କ ଚେୟାର ଅଚାନକ ଭାଙ୍ଗି ଯାଇଥିଲା। ସେ ତଳେ ମାଡ଼ି ହୋଇ ପଡି ଯାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.