Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ବଦଳୁଛି ଟ୍ରେଣ୍ଡ: ଘୋଡ଼ା କି କାର୍‌ ନୁହେଁ ଆକାଶରେ ଉଡ଼ି ଆସିଲେ ମନର ମଣିଷ, ସତକୁ ସ୍ବପ୍ନ ଭାବିଲେ କନିଆ

3/12/2021 at 6:50 PM

ପାଟନା ୦୩/୧୨: ସାଧାରଣତଃ ବର କାରରେ ଆସିବା କଥା ଜାଣିଥିବେ। ଏବେ ବହୁ ଦାମୀ କାରରେ କନିଆ ଘରେ ବର ପହଞ୍ଚୁଛନ୍ତି। ବାଜା, ରୋଶଣୀ ସାଙ୍ଗକୁ ବରଯାତ୍ରୀଙ୍କ ମତୁଆଲା ଡ୍ୟାନ୍ସ ସମସ୍ତଙ୍କୁ ଦିଓ୍ବାନା କରୁଛି। ଡିଜେ ସାଉଣ୍ଡ, ଚିକମିକ୍‌ ଲାଇଟ୍‌ରେ ବର ଗାଡ଼ି ସହ ନାଚି ନାଚି ବରଯାତ୍ରୀ କନିଆ ଘରକୁ ଯାଉଛନ୍ତି। ଏବେ ଏମିତି ଟ୍ରେଣ୍ଡ ଚାଲିଥିବା ବେଳେ ହଠାତ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏବେ ଆପଣ ଭାବୁଥି​‌ବେ ବର ତ କନିଆ ଘରକୁ ଯିବ, ଏଥିରେ ପରିବର୍ତ୍ତନ କଣ ହେଲା ? ନାହିଁ ଆଜ୍ଞା, ପରମ୍ପରାରେ କିଛି ପରିବର୍ତ୍ତନ ହୋଇନି ବରଂ ବର ଯାଉଥିବା ଯାନର ପରିବର୍ତ୍ତନ ହୋଇଛି ।

ବର କାରରେ ନଯାଇ ହେଲିକପ୍ଟରରେ କନିଆ ଘରେ ପହଞ୍ଚିଛନ୍ତି। ରାସ୍ତାରେ ନଯାଇ ଆକାଶରେ ଉଡ଼ିଯାଇଛନ୍ତି ବର। ଏମିତି ଏକ ନିଆରା ଏବଂ ଦାମୀ ବାହା ଘର ବିହାରର ବକ୍ସରରେ ହୋଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଚାଲିଛି। ଶିକ୍ଷୟିତ୍ରୀ କନିଆଙ୍କ ପାଇଁ ଇଞ୍ଜିନିୟର ବର ହେଲିକପ୍ଟରରେ ଯିବା ପରେ ଏବେ କାର୍‌ରେ ବର ଯିବା ଟ୍ରେଣ୍ଡ ବଦଳିବ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି। ଏନେଇ ଖୋଦ ବର ରାଜୁ କହିଛନ୍ତି ଯେ କିଛି ନିଆରା କରିବା ପାଇଁ ହେଲିକ୍ପଟରକୁ ସେ ବାଛିଥିଲେ। ଗାଁ ଲୋକଙ୍କ ମତରେ, ହେଲିକପ୍ଟରରେ ବର ଯିବା ଯୋଗୁଁ  ନିହାତି ଭାବେ ସମ୍ମାନ ବୃଦ୍ଧି ହୋଇଛି।

କୃଷକ ଧିରେନ୍ଦ୍ର ତିଓ୍ବାରୀଙ୍କ ପୁଅ ରାଜୁ ତାମିଲନାଡୁରେ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ବର ହୋଇ ରାଜୁ ଚକ୍କିର ପରସିୟାରୁ ବାହାରି ଆରା ଯାଇଥିଲେ। ହେଲିକପ୍ଟର ବିବାହକୁ ନେଇ ଉଭୟ ପକ୍ଷ ଖୁସି ଥିବା ବେଳେ ରାଜୁଙ୍କ ଭଉଣୀମାନେ ବେଶ ଖୁସି ଥିବା କହିଛନ୍ତି। ଆରାର ସରାୟସାଗର ଅଞ୍ଚଳର ଉର୍ବଶୀଙ୍କ ସହ ରାଜୁଙ୍କ ବିବାହ ଠିକ୍‌ ହୋଇଥିଲା।

ପ୍ରାଥମିକ ସ୍କୁଲ ଶିକ୍ଷୟିତ୍ରୀ କେବେ ଭାବି ନଥିଲେ ତାଙ୍କ ମନର ମଣିଷ ହେଲିକପ୍ଟର ଚଢ଼ି ଆସିବେ। ତାଙ୍କୁ ଏହା ସ୍ବପ୍ନ ଭଳି ଲାଗିଥିଲା ବୋଲି ସେ କହିଛନ୍ତି। ସେ ଯାହା ହେଉ, ବେଦୀରେ ସାତ ଫେରା ନେବା ପରେ ହେଲିକପ୍ଟରରେ ବସି ଉର୍ବଶୀ ଶାଶୂ ଘରେ ପହଞ୍ଚିଥିଲେ। ତେବେ ହେଲିକପ୍ଟର ବୁକ୍‌ ପାଇଁ ରାଜୁ ୮ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି।  ଏହା ପୂର୍ବରୁ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ହେଲିକପ୍ଟରରେ ଜଣେ ଝିଅ ଶାଶୂ ଘରକୁ ଯାଇଥିଲେ।

   Related Posts