ଚତୁର୍ଥୀ ରାତିରେ ପଦେ କଥା ପାଇଁ କନ୍ୟାର ତଣ୍ଟିଚିପି ହତ୍ୟାକଲା ବର, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | September 05, 2019 IST

ବାରମେର୫|୯: ରାଜସ୍ଥାନର ବାରମେର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।ଚତୁର୍ଥୀ ରାତିରେ କନ୍ୟାର ତଣ୍ଟିଚିପି ହତ୍ୟାକଲା ବର।ନୂଆକରି ସଂସାର ଗଢ଼ିବା ପୂର୍ବରୁ ସବୁଭାଙ୍ଗି ଚୁର୍‌ମାର ହୋଇଗଲା।ଏହି ଘଟଣା ପରେ ଅଭିଯୁକ୍ତ ଓମ୍‌ ପ୍ରକାଶ ପପୁରାମକୁ ବାରମେରର ଆଡିସ୍‌ନାଲ ସେକ୍ସନ ଜଜ ଆଜୀବନ କାରାଦଣ୍ଡର ଦଣ୍ଡିତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏପ୍ରିଲ ମାସ ୨୨ ତାରିଖରେ ତାଙ୍କର ବାହାଘର ହୋଇଥିଲା।ଏପ୍ରିଲ ମାସ ୨୪ ତାରିଖରେ ଓମପ୍ରକାଶ ନାଁରେ ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା।କନ୍ୟାର ମାମୁଁ ସେଡଓ୍ବା କହିଥିଲେ ଯେ, ତାଙ୍କ ଭାଣୀଜି ଚମ୍ପାଦେବୀ ୨ ଦିନ ତଳେ ଐହସାନ ତଳ ସାହିର ଯୁବକ ଓମପ୍ରକାଶ ବିବାହ କରିଥିଲେ। ଚତୁର୍ଥୀ ରାତିରେ ତାଙ୍କ ଭାଣୀଜିଙ୍କ ତଣ୍ଟିଚିପି ହତ୍ୟା କରାଯାଇଛି ବୋଲି ସେ ଏଫଆଇଆରରେ ଉଲ୍ଲେଖ କରିଥିଲେ।ପୋଲିସ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା।

ଚମ୍ପାଦେବୀଙ୍କ ମାମୁଁଙ୍କ କହିବା ମୁତାବକ, ଚତୁର୍ଥୀ ରାତିରେ ଦାମ୍ପତ୍ୟ ଜୀବନକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ  ମଧ୍ୟରେ ଯୁକ୍ତିତର୍କ ଲାଗିଥିଲେ। ସ୍ତ୍ରୀ ଚମ୍ପାଦେବୀ ସ୍ବାମୀଙ୍କ ଉପରେ ସଂଗୀନ ଏକ ଅଭିଯୋଗ ଆଣିଥିଲେ ।ସ୍ବାମୀ  ଓମ୍‌ପ୍ରକାଶ ନଂପୁସକ ତାଙ୍କର ପୁରୁଷ ପଣିଆ ନାହିଁ ବୋଲି ଚମ୍ପାଦେବୀ କହିଥିଲେ। ଏହି କଥାକୁ  ଓମ୍‌ପ୍ରକାଶ ଖଣ୍ଡନ କରିଥିଲ ହେଲେ ସ୍ବାମୀର ଦୋଷ ଓ ଦୁର୍ବଳତା ସଂପର୍କରେ ସମସ୍ତଙ୍କୁ ଜଣାଇଦେବେ ବୋଲି ଚମ୍ପାଦେବୀ ତାଙ୍କୁ ଧମକ ଦେଇଥିଲେ। ଏହି କଥାରେ ସ୍ବାମୀ ରାଗିଯାଇ ସ୍ତ୍ରୀ ଚମ୍ପାଦେବୀଙ୍କ ତଣ୍ଟିଚିପି ହତ୍ୟା କରିଥିଲା।

ଚମ୍ପାଦେବୀଙ୍କୁ  ସେ ହତ୍ୟାକରି ନାହାନ୍ତି ବୋଲି ଅଦାଲତରେ ଓମପ୍ରକାଶ ସଫେଇ ଦେଇଥିଲା। ହେଲେ ୨୭ଟି ଦସ୍ତାବିଜ ଓ ସାକ୍ଷ୍ୟପ୍ରମାଣକୁ ଆଧାର କରି ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ପାଇଁ ଅଦାଲତ ରାୟ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.