Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଅଜବ ବ୍ୟବହାର ! ବେଦି ଉପରେ କନ୍ୟାଙ୍କ କେଶକୁ ଧରି ଜୋର ଜବରଦସ୍ତ ମିଠା ଖୁଆଇଲା ବର, ଭାଇରାଲ ହେଉଛି ଭିଡିଓ

2/07/2021 at 8:32 PM

ନୂଆଦିଲ୍ଲୀ ୦୨/ ୦୭ : ଭାରତୀୟ ସଂସ୍କୃତିରେ ବିବାହ ଅନ୍ୟତମ ଶୁଭ ଓ ଶ୍ରେଷ୍ଠ ପରମ୍ପରା । ସେହିଭଳି ଆମ ଦେଶରେ ଯେକୌଣସି କାର୍ଯ୍ୟ ଆରମ୍ଭରେ ମିଠା ଖୁଆଇବା ଶୁଭ ସଙ୍କେତ ହୋଇଥାଏ । ଏହା ଭାରତୀୟଙ୍କ ପରମ୍ପରାରେ ରହିଛି । ଏମିତିରେ ଅନେକ ବିବାହ ତଥା ଅନ୍ୟାନ୍ୟ ଉତ୍ସବ ବିନା ଲଡୁରେ ପୁରା ହୁଏ ନାହିଁ । କାହିଁକି ନା ଆମ ସଂସ୍କୃତିରେ ଏହାର ମହତ୍ବ ରହିଛି । ଯେମିତିକି ବିବାହ ପରେ ବର କନ୍ୟା ଦୁହେଁ ଦୁହିଁଙ୍କୁ  ଲଡୁ କିମ୍ବା କୌଣସି ମିଠା ଖୁଆଇଥାନ୍ତି । ଯାହାଫଳରେ ଏହାକୁ ବହୁତ ଖାସ ବା ଏହା ଏକ ପ୍ରକାରର ସୁନ୍ଦର ମୁହୁର୍ତ୍ତ ବୋଲି କୁହାଯାଏ । 

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିବାହ କାର୍ଯ୍ୟ ଶେଷ ହେବାପରେ ବର କନ୍ୟା ଉଭୟ ଉଭୟଙ୍କୁ ମିଠା ଖୁଆଇ ଭଲ ପାଇବା ପ୍ରତିପାଦନ କରନ୍ତି । କିନ୍ତୁ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କନ୍ୟାଜଣକ ବରଙ୍କୁ ମିଠା ଖୁଆଇବା ପରେ ବର ମଧ୍ୟ ମିଠା ଖୁଆଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କନ୍ୟାଜଣକ ମିଠା ଖାଇବାକୁ ଅନିଚ୍ଛା ପ୍ରକାଶ କରିବାକୁ ବରଜଣକ ତାଙ୍କୁ ଜୋର ଜବରଦସ୍ତ ମିଠା ଖୁଆଇଥିଲେ । ବାସ୍ତବରେ ଏହି ଭିଡିଓରେ ବର କନ୍ୟା ପ୍ରତି ହିଂସା ବ୍ୟବହାର କରୁଥିବାର ଦେଖାଯାଉଛି ।

ତେବେ ଏହି ଭିଡିଓରେ ବର କନ୍ୟାକୁ ଲଡୁ ଖୁଆଇବାର ନଜର ଆସୁଛନ୍ତି । ଯେତେବେଳେ କନ୍ୟା ବର ଲଡୁ ଖୁଆଇବା ପରେ  ବରର ପାଳି ପଡୁଛି । ସେତେବେଳେ  ନବବିବାହିତ କନ୍ୟା ଲାଜେଇ ଯାଇ ମୁହଁ ବୁଲାଇଥିବା ବେଳେ ଠିକ୍ ସେହି ସମୟରେ ବର ଜୋରଜବରଦସ୍ତି ତାଙ୍କୁ କେଶକୁ ଧରି ତାଙ୍କ ପାଟିରେ ଲଡୁ  ଖୁଆଉଛନ୍ତି । କିନ୍ତୁ ଏହା ଦେଖିଲା ପରେ ଟିକେ ଅଜବ ଲାଗୁଛି …।  ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଅଫିସିଆଲ ନିରଞ୍ଜମ୮୭ ନାମକ ଜଣେ ବ୍ୟକ୍ତି ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଭିଡିଓ ସେୟାର ହେବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହା ଦେଖିଲା ପରେ ଲାଗୁଛି ତାଙ୍କର ହେବାକୁ ଯାଉଥିବା ସ୍ତ୍ରୀଙ୍କ ଉପରେ ଏ କି ପ୍ରକାରର ବ୍ୟବହାର । ଏହାକୁ ଦେଖିଲା ପରେ ବରକୁ ସମସ୍ତେ ନିନ୍ଦା କରୁଛନ୍ତି ।

   Related Posts