Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମିଳିଲାନି ଗାଡ଼ି, ମିିଳିନାନି ଡଙ୍ଗା : ତଥାପି ଅଟକିଲାନି ବାହାଘର , ନଦୀ ପାଣିରେ ପଶି ବର ଗଲା କନ୍ୟା ଘର

25/05/2020 at 8:05 AM

ଭୋପାଳ ୨୫।୦୫ : ଦେଶରେ କରୋନା ଜନିକ ଲକ୍‌ଡାଉନ୍‌ ଜାରି କରାଯାଇଛି । ଯାହାକି ୪ର୍ଥ ପର୍ଯ୍ୟାୟରେ ପହଞ୍ଚିଛି । ଦେଶରେ ଲକ୍‌ଡ଼ାଉନ୍‌ ଲାଗୁ ହେବା ଦିନ ଠାରୁ ବାହାଘର ପରି ଅନେକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗିଛି । ଲକ୍‌ଡାଉନ୍ ଲାଗି ଦେଶର ବିଭିନ୍ନ ସ୍ଥାନରୁ ଅନେକ ଅନେକ ପ୍ରକାର ବାହାଘର ହେଉଥିବାର ଖବର ଆସିଛି । ଏହିଭଳି ଖବର ଆସିଛି ମଧ୍ୟପ୍ରଦେଶ ବାଲାଘାଟ ଅଞ୍ଚଳରୁ , ଯେଉଁଠାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ବାହାଘରରେ ବରଯାତ୍ରୀ ନେବା  ପାଇଁ ପ୍ରଶାସନ ଅନୁମତି ଦେଇନଥିଲା । ଶେଷରେ ବର ବାଧ୍ୟ ହୋଇ ଦୁଇ ରାଜ୍ୟ ମଧ୍ୟରେ ପ୍ରବାହିତ ହେଉଥିବା ନଦୀକୁ ପାର୍‌ କରି କନ୍ୟା ଘରକୁ ଯିବା ପାଇଁ ସ୍ଥିର କରିଥିଲେ । ଶେଷରେ କିଛି ବରଯାତ୍ରୀଙ୍କୁ ନେଇ ନଦୀପାର କରିଥିଲେ ବର , ଏବଂ ପହଞ୍ଚିଥିଲେ କନ୍ୟାର ବାପା ଘରେ ।  

ସୂଚନାଯୋଗ୍ୟ ଯେ, ବର (ଇନ୍ଦ୍ରମେଘ ) ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲା ଧୋପାବାଡା ଗାଁର ବାସିନ୍ଦୀ । ବାହାଘର ପାଇଁ ବରଙ୍କ ପରିବାର ଲୋକ ବରଯାତ୍ରୀ ପାଇଁ ପ୍ରଶାସନର ଅନୁମତି ମାଗିଥିଲେ ।  କିନ୍ତୁ ମହାରାଷ୍ଟ୍ରରେ ସରକାର  କରୋନା ସଂକ୍ରମଣ ବଢୁଥିବାର ଦେଖି ପ୍ରଶାସନ ଅନୁମତି ଦେଇନଥିଲା । ତେବେ ପ୍ରଶାସନ ଅନୁମତି ନଦେବାରୁ ଶେଷରେ ଚାଲି ଚାଲି ନଦୀ ପାର୍‌ ହୋଇ କନ୍ୟା ଘରକୁ ବରଯାତ୍ରୀ ନେବାକୁ ସ୍ଥିର କରିଥିଲେ ବର । ଶେଷରେ କିଛି ବରଯାତ୍ରୀଙ୍କୁ ନେଇ ଆରମ୍ଭ କରିଥିଲେ ଯାତ୍ରୀ।  ବର ପ୍ରଥମେ ବାଇକ ଯୋଗେ  ନଦୀ ପାଖରେ ପହଞ୍ଚିଥିଲା , ଏବଂ ପରେ  ଚାଲି ଚାଲି  ଦୁଇ ରାଜ୍ୟର ମଧ୍ୟରେ ବହୁଥିବା ନଦୀ ପାର ହୋଇ ମଧ୍ୟପ୍ରଦେଶର ବାଲାଘାଟର ଓକୋଳା ଗାଁରେ ଥିବା କନ୍ୟାର ଘରେ ପହଞ୍ଚିଥିଲେ ।

ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଯିବା ପାଇଁ ନଦୀ ପାର୍‌ ହୋଇ କନ୍ୟା ଘରେ ପହଞ୍ଚିଯାଇଥିଲେ ବର । ବିବାହ ହେଲା ଏବଂ କନ୍ୟାକୁ ନେଇ ମଧ୍ୟ ସେହି ରାସ୍ତାରେ ନିଜ ଘରକୁ ଆଣିଥିଲେ ବର ।  ବାହାଘର ହେବା ସମୟରେ ଉଭୟ ପଟର ଲୋକେ ସାମାଜିକ ଦୂରତା ଉପରେ ବିଶେଷ ଧ୍ୟାନ ଦେଇଥିଲେ ।  ତେବେ ନଦୀ ପାର୍‌ ହୋଇ ବର ଓ କନ୍ୟା  ଆସିଥିବାର ଖବର ଶୁଣି ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଥିଲା । ନଦୀ ମଧ୍ୟରେ ଥିବା ଏହି ରାସ୍ତାକୁ ସିଲ୍‌ କରିଦେଇଛି । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି ଏହା ରାସ୍ତାରେ ଅନ୍ୟାମାନେ କିପରି ଯିବାଆସିବା କରିପାରିବେ ନାହିଁ ସେଥିପାଇଁ ଏହା ରାସ୍ତାକୁ ସିଲ୍‌  କରିଦେଇଛି ପ୍ରଶାସନ ।

କରୋନା ଜନିତ ଲକ୍‌ଡ଼ାଉନ୍‌ ସମୟରେ ବାହାଘର ନେଇ ବଡଧରଣର ଆୟୋଜନ ତ ହେଉନାହିଁ । କିନ୍ତୁ ଏହି ସମୟରେ ନିଆରା ବାହାଘରର ଚିତ୍ର ଦେଖିବାକୁ ମିଳୁଛି । ଏହିଭଳି ବାହାଘରେ ସବୁବେଳେ ସାଧାରଣଲୋକଙ୍କ ମନରେ ସ୍ମରଣୀୟ ହୋଇ ରହିବ ।

   Related Posts