ଭଦ୍ରକ ପୋଲିସ୍‌ର ମହାନତା: ଭୋକିଲା ପ୍ରବାସୀଙ୍କୁ ଖାଇବାକୁ ଦେବା ସହ ଯିବାର ବ୍ୟବସ୍ଥା କଲେ ଏସ୍‌ପି

Published By : Prameya-News7 Bureau | May 17, 2020 IST

ଭଦ୍ରକ୧୭/୫: ଲକ୍‌ଡାଉନ୍‌ରେ ଓଡ଼ିଶା ପୋଲିସ୍‌ର ପ୍ରମୁଖ ଭୂମିକା ରହିଛି। ଛକ ଛକରେ ଅଖିଆ ପିଇ ରହି ଲୋକମାନଙ୍କୁ ସଚେତନତା କରିଛନ୍ତି। ଖାଲି ସେତିକି ନୁହେଁ ବିଭିନ୍ନ ସମୟରେ ରାସ୍ତାରେ ​‌ଯାଉଥିବା ଭୋକିଲା ଲୋକଙ୍କୁ ଖାଦ୍ୟ ମଧ୍ୟ ଦେଇଛନ୍ତି। କିନ୍ତୁୁ ଭଦ୍ରକରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିିଳିଛି। ପାଦରେ ଚାଲି ଚାଲି ଯାଉଥିବା ପ୍ରବାସୀଙ୍କୁ ଖାଇବା ଦେବା ସହ ଯିବାର ବ୍ୟବସ୍ଥା କରିଛି ଭଦ୍ରକ ପୋଲିସ୍।

ଭୋକିଲା ପଥିକଙ୍କୁ ଖାଇବାକୁ ଦେବା ସହ ଏସ୍‌ପିି ରଜେଶ ପଣ୍ଡିତ ସେମାନଙ୍କ ସହ ବସି ଖାଇବାର ଦୃଶ୍ୟ ମଧ୍ୟ ରହିଛି। ଏପରି କି ପ୍ରବାସୀଙ୍କ ଛୋଟ ଝିଅକୁ କୋଳେଇ ନେଇଛନ୍ତି ଜନୈକ ମହିଳା ପୋଲିସ ଗୁନରାଣୀ ଖଟୁଆ । ଏହି କୁନି ଝିଅଟି ତା ପରିବାର ସହ ଯିବା ବେଳେ ଭଦ୍ରକ ପୋଲିସ ଦ୍ୱାରା ବ୍ୟବସ୍ଥିତ କ୍ୟାମ୍ପରେ ଖାଇବା ବେଳେ କୁନି ଝିଅଟି ଏପଟ ସେପଟ ବୁଲୁଥିଲା। ଭଦ୍ରକ ଏସପି ଝିଅଟିକୁ କିଛି ସମୟ ଧରିଥିଲେ। ପରେ ମହିଳା ପୋଲିସ ଗୁନରାଣୀ ଖଟୁଆ ଝିଅକୁ କାଖ କରି ତା ମା ଓ ବାପାଙ୍କ ନିକଟରେ ଛାଡି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.