"ଦ ଗ୍ରେଟ୍ ଖଲି"ଙ୍କ ମା' ତାଣ୍ଡି ଦେବୀଙ୍କ ଦେହାନ୍ତ, ୧୫ ଦିନ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | June 21, 2021 IST

ଲୁଧିଆନା ୨୧/୬ : ଜଣାଶୁଣା ରେସଲର ଦି ଗ୍ରେଟ୍ ଖଲି ଅର୍ଥାତ୍ ଦଲିପ ସିଂଙ୍କ ମାତା ତାଣ୍ଡି ଦେବୀଙ୍କର ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଲୁଧିଆନାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ଖଲିଙ୍କ ମା ବିଳମ୍ବିତ ରାତିରେ ମୃତ୍ୟୁ ବରଣ କରିଛନ୍ତି । ଆଜି ତାଙ୍କର ସଂପୂର୍ଣ୍ଣ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ ।

ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ତାଣ୍ଡି ଦେବୀଙ୍କ ଦେହ ବହୁତ ଖରାପ ରହୁଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲୁଧିଆନା ଦୟାନନ୍ଦ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୫ ଦିନ ହେବ ସେ ରୋଗ ସହ ସଂଘର୍ଷ କରିଆସୁଥିଲେ ।

ହେଲେ ରବିବାର ବିଳମ୍ୱିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମେଡିକାଲ ତରଫରୁ କୁହାଯାଇଛି ଯେ, ତାଙ୍କର ଅର୍ଗାନ ଫେଲ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଖଲିଙ୍କ ମାଆଙ୍କ ବିୟୋଗରେ ଦୁଃଖପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି ତାଙ୍କ ପରିବାରକୁ ଜଣାଇଛନ୍ତି ସମବେଦନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.