ଜାଣନ୍ତୁ କେତେ ଶକ୍ତିଶାଳୀ ଥିଲା ‘ଅମ୍ଫାନ’, କୋଲକାତାର ସର୍ବବୃହତ୍ତ ବରଗଛକୁ ମୂଳରୁ ଉପାଡି ଦେଇଛି

Published By : Prameya-News7 Bureau | May 24, 2020 IST

କୋଲକାତା ୨୪।୫: ଦକ୍ଷିଣ ବଙ୍ଗୋପସାଗରରୁ ଉଠିଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ କେତେ ଭୟଙ୍କର ଥିଲା ତାର ଚିତ୍ର ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ଏଥିରେ କୋଲକାତାର ହାୱଡାସ୍ଥିତ ବଟାନିକ ଗାର୍ଡନର ୪.୬୭ ଏକର ଜମିରେ ଥିବା ୨୭୦ ବର୍ଷ ପୁରୁଣା ସର୍ବ ବୃହତ୍ତ ବରଗଛକୁ ମୂଳରୁ ଉପାଡି ଦେଇଛି। ପଶ୍ଚିମବଙ୍ଗରେ ଅମ୍ଫାନଠାରୁ ବି ବଡ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଆଗରୁ ଯାଇଛି। ଏଥିରେ ୧୮୬୪ ଓ ୧୮୬୭ ଘୂର୍ଣ୍ଣିବାତ୍ୟା ବରଗଛର କିଛି ବି କରିପାରିନଥିବା ବେଳେ ଅମ୍ଫାନ ତାର ଅସ୍ତିତ୍ୱ ହିଁ ସମାପ୍ତ କରିଦେଇଛି।

{"id":275222,"sizeSlug":"large"}

କୁହାଯାଉଛି ଏହି ବରଗଛର ମୁଖ୍ୟ ମୂଳକୁ ୧୯୨୫ ମସିହାରେ କାଟି ଦିଆଯାଇଥିଲା। ଗଛଟି ତାର ଚେର ଉପରେ ଥିବା ବେଳେ ଓହଳ ସବୁ ବିସ୍ତିର୍ଣ୍ଣ ଅଞ୍ଚଳରେ ଛିଡା ହୋଇ ଗଛକୁ ମଜଭୁତ କରିରଖିଥିଲେ। ତେବେ ଅମ୍ଫାନରେ ଗଛର ଅନେକ ଶାଖା ଉପୁଡିଯାଇଥିବା ବେଳେ ଏବେ ତାର ଘନତ୍ୱ ମଧ୍ୟ ହ୍ରାସ ହୋଇଛି। ଏହି ବରଗଛଟିକୁ ବିଶ୍ୱର ସର୍ବପ୍ରାଚୀନ ବୋଲି ଭାରତୀୟ ବନସ୍ପତ୍ତି ସର୍ଭେକ୍ଷଣ ଚିହ୍ନଟ କରିଥିଲେ। ଏଣୁ ବରଗଛକୁ ନିଜର ପ୍ରତୀକ ଚିହ୍ନ ବି କରିଛନ୍ତି।

{"id":275224,"width":581,"height":418,"sizeSlug":"large"}

ଘୂର୍ଣ୍ଣିବାତ୍ୟା ଅମ୍ଫାନ ଓଡିଶା ଏବଂ ପଶ୍ଚିମବଙ୍ଗ ସୀମା ଦେଇ ରାଜ୍ୟକୁପ୍ରବେଶ କରିଥିଲା। ଉଭୟ ରାଜ୍ୟରେ ବାତ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପଶ୍ଚିମବଙ୍ଗରେ ସର୍ବାଧିକ କ୍ଷତି ହୋଇଛି। ରାଜ୍ୟର ୭ଟି ଜିଲ୍ଲା ଘୂର୍ଣ୍ଣିବାତ୍ୟାରେ ଗୁରୁତର ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ୮୬ ଜଣଙ୍କ ମୃତ୍ୟୁ ହୋଇଛି। ବାତ୍ୟା ଉପକୂଳ ଅତିକ୍ରମ କରିବାର ୪ ଦିନ ହୋଇଗଲାଣି। ହେଲେ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିର କିନ୍ତୁ ଏପର୍ଯ୍ୟନ୍ତ ଭରଣା ହୋଇ ନାହିଁ। ଅନେକ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବିଦ୍ୟୁତ ଓ ଜଳଯୋଗାଣ ସ୍ୱଭାବିକ ହୋଇ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.