ମାଲକାନଗିରି୧୮/୫: ମାଲକାନଗିରି ଥାନା ଅନ୍ତର୍ଗତ ମାତାପେକା ପଞ୍ଚାୟତର ଆକରପଲ୍ଲୀ ଗାଁରେ ସୋମବାର ମଧ୍ୟାହ୍ନରେ ଅଘଟଣ ଘଟିଛି। ଗାଁ ପୋଖରୀରେ ଗାଧୋଥିବା ବେଳେ ପାଣିରେ ବୁଡ଼ି ଜଣେ ମହିଳା ଓ ତାଙ୍କ ନାବାଳିକା ଝିଆରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ହେଲେ ଭିମେ ପଡ଼ିଆମୀ (୩୫) ଓ ନାନ୍ଦେ ପଡ଼ିଆମୀ (୧୦)। ଉଭୟଙ୍କ ଗାଧୋଇବାକୁ ଯାଇଥିବା ଅନ୍ୟ ଜଣେ ୯ ବର୍ଷର ନାବାଳିକା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ସେ ଧାଇଁ ଯାଇ ଗାଁରେ ଖବର ଦେବାରୁ ଗ୍ରାମବାସୀ ଦୁହିଁଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ଗାଧୋଇବା ବେଳେ ପୋଖରୀରେ ନାବାଳିକାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ବଡ଼ ମାଆ ଚେଷ୍ଟା କରିଥିଲେ। ଶେଷରେ ଉଭୟ ମିଶି ପୋଖରୀରେ ବୁଡ଼ି ପ୍ରାଣ ହରାଇଥିଲେ।
ଓଡ଼ିଶାରେ ବିଜେଡି ସହ କାହିଁକି ମେଣ୍ଟ କଲାନି ବିଜେପି?...