ଗ୍ରାମପଞ୍ଚାୟତ ମହିଳା ଫେଡରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୭ ହଜାର ୫୦ ଟଙ୍କାର ସହାୟତା

Published By : Prameya-News7 Bureau | April 24, 2020 IST

ସାଲେପୁର୨୪/୪: ଶୁକ୍ରବାର କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମପଞ୍ଚାୟତ ମହିଳା ଫେଡରେସନ ତରଫରୁ କରୋନା ମହାମାରୀ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୬୭ ହଜାର ୫୦ ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରତିମା ଭୋଇ, ଫେଡେରେସନର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ରାଉତ, ଫେଡେରେସନ ସମ୍ପାଦିକା ଶ୍ରୀମତୀ ସୁଧାଂଶୁ ବି ଡି ଓଙ୍କ କାର୍ଯ୍ୟାଳୟରେ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.