Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଯୌତୁକ ପ୍ରଥାକୁ ବିରୋଧ କଲେ ରାଜ୍ୟପାଳ, ସଚେତନତା ପାଇଁ ରଖିଲେ ଉପବାସ

14/07/2021 at 5:45 PM

ନୂଆଦିଲ୍ଲୀ ୧୪/୦୭ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଯୌତୁକ ପ୍ରଥା ବିରୋଧରେ ସାମାଜିକ ସଚେତନତା ସୃଷ୍ଟି କରିବାକୁ ଏବଂ ମହିଳା ବିରୋଧୀ ଅତ୍ୟାଚାର ଶେଷ କରିବାକୁ ରାଜଭବନରେ ବୁଧବାର ଦିନିକିଆ ଉପବାସ ରଖିଛନ୍ତି। ଦକ୍ଷିଣ ରାଜ୍ୟର ଇତିହାସରେ ସମ୍ଭବତଃ ଏହା ପ୍ରଥମଥର ଦେଖିବାକୁ ମିଳିଛି ଯେ ଜଣେ ରାଜ୍ୟପାଳ ଏହିଭଳି ସାମାଜିକ ପ୍ରସଙ୍ଗ ପାଇଁ ଉପବାସ ରଖିଛନ୍ତି। ସେ ବିବାହରେ ଯୌତୁକ ନେବା ଓ ଦେବା ପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗାନ୍ଧିବାଦୀ ସଂଗଠନର ଆହ୍ୱାନ ପରେ ଉପବାସ ରଖିଛନ୍ତି।

ଇତି ମଧ୍ୟରେ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ସଚେତନତା ସୃଷ୍ଟି କରିବାକୁ ନେଇ ରାଜ୍ୟପାଳଙ୍କ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି। ଏହାସହ ସେମାନେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଏବଂ ମହିଳାଙ୍କୁ ସୁନିଶ୍ଚିତ ସୁରକ୍ଷା ପ୍ରଦାନ କରିବାରେ ପିନରାୟ ବିଜୟନ ବିଫଳ ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଅଧିକାରୀଙ୍କ ଆଖି ଖୋଲିବାକୁ ରାଜ୍ୟପାଳଙ୍କୁ ଉପବାସ ରଖିବାକୁ ପଡିଛି ଆରୋପ ଲଗାଇଛନ୍ତି।

ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ମୁରଲୀଧରଣ ଫେସବୁକରେ ଏକ ପୋଷ୍ଟରେ କହିଛନ୍ତି ଯେ କେରଳର ଯୁବତୀ ଓ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଉପବାସ ରଖିଥିବା ରାଜ୍ୟପାଳଙ୍କୁ ଶୁଭେଚ୍ଛା। ଏହା ଦେଶର ପ୍ରଶାସନିକ ଇତିହାସରେ ଏକ ଦୁର୍ଲଭ ଉଦ୍ୟମ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଏହା ପତ୍ତା କରିବା ଉଚିତ ଯେ ରାଜ୍ୟର ମୁଖ୍ୟ ରାଜ୍ୟପାଳଙ୍କୁ ମହିଳାଙ୍କ ସୁରକ୍ଷା ପାଇଁ କାହିଁକି ଉପବାସ ରଖିବାକୁ ପଡିଲା। କେରଳ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କେ.ସୁଧାକରଣ ଦାବି କରିଛନ୍ତି ଯେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ରାଜ୍ୟ ସରକାର ବିଫଳ। ସେଥିପାଇଁ ରାଜ୍ୟପାଳଙ୍କୁ ଉପବାସ ରହିବାକୁ ପଡିଲା।

କୁନ୍ନୁର ସାଂସଦ କହିଛନ୍ତି, କେରଳରେ ସ୍ଥିତି ଏହିଭଳି ରହିଛି ଯେ ଆନ୍ଦୋଳନ ପାଇଁ ରାଜ୍ୟପାଳଙ୍କୁ ଗାନ୍ଧିବାଦୀ ତରିକା ଆପଣେଇବାକୁ ପଡୁଛି। ରାଜ୍ୟ ସରକାର ନିଜ ଦାୟିତ୍ୱରୁ ପଛଘୁଞ୍ଚା ଦେଇପାରିବେନି। ରାଜଭବନ ସୂତ୍ରରୁ ଜଣାପଡିଛି ଯେ ରାଜ୍ୟପାଳ ସକାଳ ୮ଟା ରୁ ଉପବାସ ଆରମ୍ଭ କରିଛନ୍ତି ଏବଂ ସନ୍ଧ୍ୟା ୬ଟାରେ ଶେଷ କରିବେ। ଉପବାସ ସମାପ୍ତ କରିବା ପୂର୍ବରୁ ଗାନ୍ଧୀ ଭବନରେ ଆୟୋଜିତ ପ୍ରାର୍ଥନା ସଭାରେ ସାମିଲ ହେବେ। ଗାନ୍ଧୀ ଭବନରେ ମଧ୍ୟ ସକାଳୁ ସନ୍ଧ୍ୟା ଯାଏଁ ଅନଶନ ଚାଲିଛି।

ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଏକ ଭିଡିଓ ସନ୍ଦେଶ ଜରି କରି କହିଥିଲେ ଯେ ଯୌତୁକ ପ୍ରଥା ମହିଳାଙ୍କ ଗାରିମା ସହ ଘୋର ଅନ୍ୟାୟ ଓ ଅପମାନ। ଗାନ୍ଧିବାଦୀ ସଂଗଠନ କହିଛି ଯେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ମହିଳାଙ୍କ ବିରୋଧରେ ଅତ୍ୟାଚାର ସମାପ୍ତ କରିବା ଏବଂ କେରଳକୁ ମହିଳାଙ୍କ ପାଇଁ ସୁରକ୍ଷିତ ସ୍ଥାନ କରି ଗଢିବା। ଗତ ମାସରେ ରାଜ୍ୟପାଳ ମହିଳାମାନଙ୍କୁ ଏକ ଭାବନାତ୍ମକ ଅପିଲ କରିଥିଲେ। ସେ କହିଥିଲେ ଯେ ମହିଳାମାନେ ନିଜେ ବିବାହ ସମୟରେ ଯୌତୁକ ଦାବିକୁ ମନା କରିଦିଅନ୍ତୁ।

   Related Posts