ସରକାର ଜାରି କଲେ ଗାଇଡ୍‌ ଲାଇନ: ମଦ କିଣିବା ବେଳେ କିଭଳି ସତର୍କତା ଅବଲମ୍ବନ କରିବେ...

Published By : Prameya-News7 Bureau | March 19, 2020 IST

ଭୁବନେଶ୍ବର୧୯/୩: ଖାଲି ଶ୍ରୀମନ୍ଦିର କାହିଁକି ରାଜ୍ୟର ପ୍ରମୁଖ ମନ୍ଦିର, ମସ୍‌ଜିଦ୍ ଏବଂ ଗୀର୍ଜାଘର ବନ୍ଦ ରହିବ। କରୋନା ପାଇଁ ଯୁକ୍ତ ଦୁଇ ପରୀକ୍ଷା ଏବଂ ମାଟ୍ରିକ୍ ଖାତା ମୂଲ୍ୟାୟନ ବନ୍ଦ କରାଯାଇଛି। କରୋନା ପାଇଁ ଲୋକସେବା ଭବନରେ ପ୍ରବେଶ ମଧ୍ୟ କଡାକଡି କରାଯାଇଛି।  ଭିଜିଟରଙ୍କୁ ଆଉ ଭିତରକୁ ଯିବାକୁ ଦିଆଯିବନି। ମଦ ଦୋକାନରୁ ମଦ କିଣିବା ପାଇଁ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ ମଧ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି।

{"id":241076,"sizeSlug":"large"}

ବନ୍ଦ ହେଲା ଯୁକ୍ତ ଦୁଇ ପରୀକ୍ଷା। ଛାତ୍ରଛାତ୍ରୀଙ୍କ କ୍ୟାରିୟର କ୍ୟାଲେଣ୍ଡର ଅପେକ୍ଷା ସେମାନଙ୍କ ସୁରକ୍ଷା ବଡ଼। ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ରଦ୍ଦ କରାଗଲା। ପୂର୍ବରୁ ଜେଇଇ ମେନ ଓ ସିବିଏସଇ ପରୀକ୍ଷା ରଦ୍ଦ କରାଯାଇଥିଲା। ଖାଲି ସେତିକି ନୁହେଁ ବନ୍ଦ ହେଲା ମାଟ୍ରିକ ପରୀକ୍ଷା ମୂଲ୍ୟାୟନ। ପୂର୍ବରୁ ସତର୍କତାର ସହିତ ମୂଲ୍ୟାୟ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଗୁରୁବାର ଏହାକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ମାର୍ଚ୍ଚ ୩୧ ତାରିଖ ପରେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ।

{"id":241077,"sizeSlug":"large"}

ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ଜଣଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି।  ୨୩ ଜଣ ବିଭିନ୍ନ ମେଡିକାଲରେ ଅବଜରଭେସନରେ ଅଛନ୍ତି। ଗୁରୁବାର ସୁଦ୍ଧା ୨୬୨୬ ଜଣ ବିଦେଶ ଫେରନ୍ତା ନିଜ ନାଁ ପଂଜୀକରଣ କରିଛନ୍ତି।  ସେମାନଙ୍କ ପାଖକୁ ସରକାରଙ୍କ ପକ୍ଷରୁ ପ୍ରତିଦିନ କଲ୍ କରାଯାଇ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୭ ଜଣ ଡାକ୍ତରଙ୍କୁ ଦାୟିତ୍ବ ଦିଆଯାଇଛି। ଗତ ୨୪ ଘଣ୍ଟାରେ ୧୦୪ ନମ୍ବରରେ ୧୨ ହଜାରରୁ ଅଧିକ କଲ୍‌ ଆସିଛି। ବର୍ତ୍ତମାନ ପାଇଁ ଦୂରତା ହିଁ ସୁରକ୍ଷା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

{"id":241078,"sizeSlug":"large"}

କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ୭୦ ବର୍ଷରୁ ଅଧିକ ହେବ। ଏଥିସହିତ ଏହି ରୋଗ ବୟସ୍କମାନଙ୍କୁ ଶୀଘ୍ର ମାଡ଼ି ବସୁଛି। ବୟସ୍କମାନଙ୍କ ପ୍ରତି ପରିବାର ଲୋକଙ୍କ ଦାୟିତ୍ବ ବଢ଼ି ଯାଇଛି। ବୟସ୍କମାନଙ୍କ ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି। ସେମାନେ ଯେମିତି ଘରେ ରହିବେ ଏବଂ ସେମାନଙ୍କ ମାନସିକ ଅବସ୍ଥା ଠିକ୍‌ ରହିବ ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି।

{"id":241079,"sizeSlug":"large"}

କରୋନା ପାଇଁ ଲୋକସେବା ଭବନରେ ପ୍ରବେଶ କଡାକଡି କରାଯାଇଛି । ବିଭିନ୍ନ କାମରେ ଲୋକସେବା ଭବନକୁ ଆସୁଥିବା ଭିଜିଟରଙ୍କୁ ଆଉ ଭିତରକୁ ଯିବାକୁ ଦିଆଯିବନି। ଯେଉଁ କର୍ମଚାରୀଙ୍କ ଥଣ୍ଡା, ଜ୍ବର ଲକ୍ଷଣ ଥିବ ସେମାନେ  ୧୪ ଦିନ ଛୁଟିରେ ଯିବେ। ସେହିପରି ବଡ଼ ବଡ଼ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ସେଣ୍ଟରକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

{"id":241080,"sizeSlug":"large"}

ମଦ ଦୋକାନରୁ ମଦ କିଣିବା ପାଇଁ କିଭଳି ସତର୍କତା ଅବଲମ୍ବନ କରିବେ ସେନେଇ ମଧ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ମଦ କିଣିବା ପାଇଁ କାଉଣ୍ଟରରେ ଏକ ମିଟର  ଦୂରରେ ଗ୍ରାହକ ଠିଆ ହେବା ପାଇଁ କୁହାଯାଇଛି। ମଦ ବୋତଲ ସହ ସେଲସ ମ୍ୟାନର ହାତ ସାନିଟାଇଜ ହୋଇଥିବା ନେଇ ମଦ ଦୋକାନୀ ସୁନିଶ୍ଚିତ କରାଇବେ। କୁକୁଡ଼ା ମାଂସ ଓ ଅଣ୍ଡା ଖାଇଲେ କିଛି ସମସ୍ୟା ନାହିଁ ବୋଲି ରାଜ୍ୟସକରାଙ୍କ ପକ୍ଷରୁ କୁହାଯାଇଛି। ସେହିଭଳି ଗାଁରେ ରହୁଥିବା ଲୋକଙ୍କୁ ପୋଖରୀରେ ଗାଧୋଇବାକୁ ବାରଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.