ଦେଶରେ ୧୬ ଟି କରୋନା ଭାଇରସ୍ ହଟସ୍ପଟ୍ ଚିହ୍ନଟ, ଏହି ଜାଗାରେ ବଢିବାରେ ଲାଗିଛି କରୋନା ସଂକ୍ରମିତ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩: କରୋନାର ପ୍ରକୋପକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ଉଦ୍ୟମ ଜାରି ରହିଛି। ଲକ୍‌ଡାଉନ୍‌ ପରି କଠୋର ନିଷ୍ପତ୍ତି ସରକାରଙ୍କୁ ନେବାକୁ ପଡିଛି। ଲୋକଙ୍କୁ ଘରେ ରହିବା ଏବଂ ଲକ୍‌ଡାଉନ୍‌ ପାଳନ କରିବାକୁ ପ୍ରେରିତ କରାଯାଉଛି। ଏହା ପରେ ବି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶର କିଛି ଅଞ୍ଚଳରେ ଏହା ଅହେତୁକ ଭାବେ ବଢିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ୧୬ ଟି କରୋନା ଭାଇରସ୍ ହଟସ୍ପଟ୍ ଚିହ୍ନଟ କରିଛନ୍ତି।

ସେଗୁଡ଼ିକ ହେଲା ଦିଲ୍ଲୀର ଦିଲଶାଦ ବଗିଚା ଏବଂ ନିଜାମୁଦ୍ଦିନ, କେରଳର ପଠାନମିତ୍ର ଏବଂ କାସାରାଗୋଡ, ଉତ୍ତରପ୍ରଦେଶର ନୋଏଡା ଏବଂ ମେରୁତ, ରାଜସ୍ଥାନର ଭିଲୱାରା ଏବଂ ଜୟପୁର, ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁଣେ, ଗୁଜୁରାଟର ଅହମ୍ମଦାବାଦ, ମଧ୍ୟପ୍ରଦେଶର ଇନ୍ଦୋର, ପଞ୍ଜାବର ଇନ୍ଦୋର କର୍ଣ୍ଣାଟକ, ତାମିଲନାଡୁର ଏରୋଡ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ।

ଏହି ସବୁ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ସର୍ବାଧିକ ରହିଛି। ବିଶେଷ କରି ଦିଲ୍ଲୀର ନିଜାମୁଦ୍ଦିନରେ ମୁସଲିମଙ୍କ ଦ୍ଵାରା ଆୟୋଜିତ ଧାର୍ମିକ ସଭା ସରକାରଙ୍କ ସହିତ ସମଗ୍ର ଦେଶବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। କାରଣ ମୋଟ୍ ୩୦୩ ତବଲିଗି ଜମାତିଅଙ୍କଠାରେ କରୋନା ଭାଇେରସ୍‌ର ଲକ୍ଷଣ ଦେଖିବାକୁ ମିଳିଛି। ସେମାନଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା  ବ୍ୟତୀତ ୧୩୩୯ ଜଣଙ୍କୁ ଦିଲ୍ଲୀର ଭିନ୍ନ ଭିନ୍ନ ହସ୍ପିଟାଲରେ କ୍ଵାରେଣ୍ଟାଇନ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.