ବସ ଚଳାଇବା ନିଷ୍ପତ୍ତି ନେବେ ଘରୋଇ ବସ ମାଲିକ ସଂଘ: ସରକାର ଦେଲେ ଗ୍ରୀନ ସିଗ୍‌ନାଲ, କାଲି ହୋଇପାରେ ଫାଇନାଲ୍

Published By : Prameya-News7 Bureau | May 26, 2020 IST

ଭୁବନେଶ୍ବର୨୬/୫: ରାଜ୍ୟରେ ଖୁବ ଶୀଘ୍ର ଚଳାଚଳ କରିବ ଘରୋଇ ବସ୍। କେବେ ବସ୍ ଚାଲିବ ସେନେଇ ସଂଘ କାଲି ନିଷ୍ପତ୍ତି ନେଇ ପାରନ୍ତି। ଆଲୋଚନା ପରେ ଘରୋଇ ବସ୍ ମାଲିକମାନ ସଂଘଙ୍କୁ ଗ୍ରୀନ ସିଗ୍‌ନାଲ ମିଳିଛି। ଏ ନେଇ ପରିବହନ ମନ୍ତ୍ରୀ ଏବଂ ବସ୍ ମାଲିକ ସଂଘଙ୍କ ମଧ୍ୟରେ ଆଲୋଚନା ହୋଇଛି।

{"id":276439,"sizeSlug":"large"}

ସେହିପରି ୨୬ ତାରିଖଠୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋ ବସ୍ ଚଳାଳଚ ଆରମ୍ଭ ହୋଇଯାଇଛି । ଏହା ପ୍ରଥମେ ୭ଟି ରୁଟରେ ଚଳାଚଳ କରିବ ବୋଲି ପୂର୍ବ ସୂଚନା​‌ ଦିଆଯାଇଥିଲା। ସେହି ନିୟମ ଅନୁସାରେ ଆଜିଠୁ ବସ୍ ଚଳାଚଳ ମୋ ବସ୍ ଗୁଡିକ ଚଳାଚଳ ଆରମ୍ଭ କରିଛି । ତେବେ କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ହିଁ ବସରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି ।

ତେବେ ବସରେ ଠିଆ ହୋଇ କୌଣସି ଯାତ୍ରୀ ଯାତ୍ରା କରିବା ପାଇଁ ମନା କରାଯାଇଛି । ସେହିପରି ଟିକେଟର ସଠିକ ମୂଲ୍ୟ ଅନୁଯାୟୀ ଖୁଚୁରା ଦେବାକୁ ପଡିବ । ତେବେ ମୋ ବସ୍ ଚଳାଚଳ କରିବା ନେଇ ରୁଟ୍ ସ୍ଥିର ହୋଇଛି । ଏହି ରୁଟ୍ ଗୁଡିକ ହେଲା ଏୟାରପୋର୍ଟରୁ ସିଡିଏ, ନନ୍ଦନ ବିହାରରୁ ଲିଙ୍ଗିପୁର, ମାଷ୍ଟର କ୍ୟାଣ୍ଟିନରୁ ସିଡିଏ । ସେହିପରି ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଧା, ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ଏମସ୍ ଓ ଡୁମୁଡୁମାରୁ ମଞ୍ଚେଶ୍ୱର ଚଳାଚଳ କରିବ ମୋ ବସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.