ଶସ୍ତା ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ବମ୍ପର ଅଫର୍ ସହ ଫେବୃୟାରୀ ୧ରୁ ଆରମ୍ଭ ହେଉଛି ବିକ୍ରି

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧/୦୧ :  ସୁନା କିଣିବାକୁ ଚାହୁଁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର । ଆପଣଙ୍କ ପାଇଁ ଶସ୍ତାରେ ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ । ଫେବୃୟାରୀ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ବଜାର ମୂଲ୍ୟଠାରୁ କମ ଦାମରେ ସୁନା କିଣିପାରିବେ ଗ୍ରାହକ । ଏହାର କାରଣ ହେଉଛି ସୋବରେନ୍‌ ଗୋଲ୍ଡ ବଣ୍ଡର ୧୧ ତମ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି ।

କେନ୍ଦ୍ର ସରକାର ଚଳିତ ଥର ଗୋଲ୍ଡ ବଣ୍ଡ ପାଇଁ ଗ୍ରାମ୍‌ ପିଛା ସୁନା ଦର ୪୯୧୨ ଟଙ୍କା ରଖିଛନ୍ତି । ଯଦି ଅନଲାଇନ୍‌ରେ ଗୋଲ୍ଡ ବଣ୍ଡ୍ ପାଇଁ ଆବେଦନ କରୁଛନ୍ତି ତେବେ ଗ୍ରାହକଙ୍କୁ ୫୦ ଟଙ୍କାର ରିହାତି ମିଳିବ । ଅର୍ଥାତ ଗ୍ରାମ ପିଛା ୪୮୬୨ ଟଙ୍କାରେ ସୁନା କିଣିପାରିବେ ଗ୍ରାହକ । ଚଳିତ ବର୍ଷ ସୁନା ଦର ରେକର୍ଡ ଉଚ୍ଚା ଠାରୁ ପ୍ରାୟ ୭ ହଜାର ଟଙ୍କା କମ ରହିଛି ।

ସୁନା ରଖୁଥିବା ବ୍ୟକ୍ତିମାନଙ୍କ ପାଇଁ ସୋବରେନ୍‌ ଗୋଲ୍ଡ ବଣ୍ଡ୍‌ ସବୁଠାରୁ ଭଲ ବିକଳ୍ପ । ସୋବରେନ୍‌ ଗୋଲ୍ଡ ବଣ୍ଡରେ ଶସ୍ତା ଏବଂ ସୁରକ୍ଷିତ ନିବେଶ କରିହେବ । ଏହି ଯୋଜନାରେ ଜଣେ ବ୍ୟକ୍ତି ଅତିବେଶିରେ ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ ୪୦୦ ଗ୍ରାମ ସୁନା ରଖିପାରିବେ । ଏହାର ସର୍ବନିମ୍ନ ନିବେଶ ହେଉଛି ଏକ ଗ୍ରାମ । ନଭେମ୍ବର ୨୦୧୫ରେ ଗୋଲ୍ଡ ବଣ୍ଡ୍‌ ସ୍କିମ୍ ଆରମ୍ଭ କରାଯାଇଥିଲା । ଦେଶରେ ଫିଜିକାଲ ଗୋଲ୍ଡର ଚାହିଦା ହ୍ରାସ କରିବାକୁ ଏବଂ ଲୋକମାନେ ଘରୋଇ ସଞ୍ଚୟ ଏବଂ ଆର୍ଥିକ ସଞ୍ଚୟକୁ ସୁନା ମାଧ୍ୟମରେ ସଞ୍ଚୟ କରିବାକୁ ଲାଗିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.