ଜୋରରେ ଖସୁଛି ସୁନା ଓ ରୁପା ଦାମ୍, ବଜାର ଦର କରନ୍ତୁ ଚଟାପଟ୍ ଚେକ୍

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ, ୧୩|୦୩:  ଡଲାର ତୁଳନାରେ ଭାରତୀୟ ମୁଦ୍ରା ମଜବୁତ ହେବା ପରେ ଘରୋଇ ବଜାରରେ ଏହାକ ପ୍ରଭାବ ସୁନା ଓ ରୁପା ଦାମ ଉପରେ ପଡିଛି। ଶୁକ୍ରବାର ଦେଶର ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନାର ମୂଲ୍ୟରେ ୧,୦୯୭ ଟଙ୍କା ହ୍ରାସ ପାଇଛି। ସେହିପରି ରୁପାର ଦାମ ମଧ୍ୟ କେଜି ପ୍ରତି ୧୫୭୪ ଟଙ୍କା ହ୍ରାସ ପାଇଛି।

ଶୁକ୍ରବାର ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୩,୬୯୭ ଟଙ୍କାରୁ ୪୨,୬୦୦ ଟଙ୍କାକୁ ହ୍ରାସ ପାଇଥିଲା। ଗୁରୁବାର ମଧ୍ୟ ଏଠାରେ ସୁନାର ଦାମ ୧୨୮ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୪୪,୪୯୦ ଟଙ୍କା ହୋଇଥିଲା। ବୁଧବାର ସୁନା ୧୦ ଗ୍ରାମ ପିଛା ୪୪,୬୧୮ ଟଙ୍କା ରହିଥିଲା।

{"id":237724,"width":744,"height":558,"sizeSlug":"large"}

ସେହିପରି ରୁପାର ଦାମରେ ମଧ୍ୟ ହ୍ରାସ ଘଟିଛି। ରୁପା କେଜି ପ୍ରତି ୪୫,୭୦୪ ଟଙ୍କାରୁ ୪୪,୧୩୦ ଟଙ୍କାକୁ ଖସି ଆସିଛି। ଏହା ପୂର୍ବରୁ ଗୁରୁବାର ରୁପାର ଦାମରେ ୩୦୨ ଟଙ୍କା ହ୍ରାସ ପାଇଥିଲା।

{"id":237728,"width":748,"height":348,"sizeSlug":"large"}

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ନିଆଯାଇଥିବା ଆବଶ୍ୟକୀୟ ପଦକ୍ଷେପ ପରେ ଟଙ୍କା ମଜବୁତ ହୋଇଛି। ଏହାର ପ୍ରଭାବ ଘରୋଇ ବଜାରର ସୁନା ଓ ରୁପା ଦାମ ଉପରେ ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.