Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨.୫୫କୋଟି ଟଙ୍କାରେ ନିଲାମ ହେଲା ମହାତ୍ମା ଗାନ୍ଧିଙ୍କ ଚଷମା, ଜାଣନ୍ତୁ କିଣିଲେ କିଏ?

21/08/2020 at 9:44 PM

ବ୍ରିଷ୍ଟଲ: ବ୍ରିଟେନ ବ୍ରିଷ୍ଟଲର ଏକ ନିଲାମ ଗୃହ ଶେଷରେ ମହାତ୍ମା ଗାନ୍ଧିଙ୍କ ଚଷମାକୁ ନିଲାମ କରିଛନ୍ତି। ଏହି ଚଷମା ହଳକୁ ୨.୫୫ କୋଟି ଟଙ୍କା ମୂଲ୍ୟରେ ଜନୈକ ଆମେରିକୀୟ କଲେକ୍ଟର କ୍ରୟ କରିଛନ୍ତି। ନିଲାମ କର୍ତ୍ତା ଇଷ୍ଟ ବ୍ରିଷ୍ଟଲ ଅକ୍ସନ ହାଉସ୍‌ଙ୍କ ଅନୁସାରେ ଗତ ଅଗଷ୍ଟ ୩ ତାରିଖ ଦିନ କେହି ଏହି ଚଷମାକୁ ସାଦା ଲଫାପାରେ ଛାଡି ଯାଇଥିବା କହିଥିଲେ। 

ନିଲାମ କମ୍ପାନୀର ଅଣ୍ଡ୍ର୍ୟୁ ଷ୍ଟୋ ଏହି ଚଷମା କମମ୍ପାନୀ ଇତିହାସର ଗୁରୁତ୍ୱପୂର୍ଣ୍ଣ ନିଲାମ ହେବ ବୋଲି କହିଥିଲେ। ଏହି ଚଷମାର ମାଲିକ ବ୍ରିଷ୍ଟଲର ମେନଗଟସ୍ ଫିଲ୍ଡରେ ରହୁଥିବା ଜନୈକ ବୟୋଜ୍ୟେଷ୍ଟ ବ୍ୟକ୍ତି  ନିଲାମରୁ ଲବ୍ଧ ଅର୍ଥକୁ ତାଙ୍କ ଝିଅଙ୍କ ସହ ବାଣ୍ଟିବେ ବୋଲି ଚିଠିରେ ଉଲ୍ଲେଖ କରିଥିଲେ। କୁହାଯାଉଛି ଏହି ବର୍ଷିୟାନ ବ୍ୟକ୍ତିଙ୍କ କକାଙ୍କୁ ଗାନ୍ଧିଜୀ ଚଷମା ହଳକ ଦକ୍ଷିଣ ଆଫ୍ରିକାରେ ୧୯୧୦ରୁ ୧୯୩୦ ଦଶକରେ ଦେଇଥିଲେ।

ତେବେ ଏହି ନିଲାମ ଯୋଗୁ ଗାନ୍ଧିଜୀଙ୍କ ଚଷମାକୁ ନୂଆ ଠିକଣା ମିଳିଥିବା ବେଳେ ନିଜ ସମୟର ସବୁଠାରୁ ଦୁର୍ଦ୍ଦିନରେ ସମୟ ଅତିବାହିତ କରୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ତାଙ୍କ ଅନ୍ତିମ ଦିନ ନିମନ୍ତେ ସହାୟତା ମିଳିଯାଇଛି। ଏଥିଲାଗି ଅକ୍ସନ ହାଉସ୍ କର୍ତ୍ତୃପକ୍ଷ ନିଜର ଖୁସି ଜାହିର କରିଛନ୍ତି। ଏହି ଚଷମା ହଳକ ଅନୁନ୍ୟ ୧୪ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟରେ ନିଲାମ ହେବ ବୋଲି ଷ୍ଟୋ ପ୍ରଥମେ ଆକଳନ କରିଥିଲେ। ହେଲେ ଏହା ୨.୫୫ କୋଟି ଟଙ୍କାରେ ନିଲାମ ହୋଇ ସମସ୍ତଙ୍କୁ ଚକିତ କରିଦେଇଛି।  

   Related Posts