ଚଷାଖଣ୍ଡରେ ଚାଞ୍ଚଲ୍ୟ: ଛେଳି ଚୋର ଖାଇଲା ଛେଚା...

Published By : Prameya-News7 Bureau | June 07, 2020 IST

ନୀଳଗିରି୭/୬: ମାତିଛନ୍ତି ଛେଳି ଚୋର। ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଅଧିନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଅନ୍ତର୍ଗତ  ଚଷାଖଣ୍ଡ ଅଞ୍ଚଳରେ ଦିନକୁ ଦିନ ଛେଳି ଚୋରି ବଢ଼ିବାରେ ଲାଗିଛି।ତେବେ ଗତକାଲି ରାତିରେ  ଚଷାଖଣ୍ଡ ଅଞ୍ଚଳର ଜଗନ୍ନାଥ ଧାମୁଡ଼ିଆଙ୍କ ଘରେ ସାମରାଏପୁର ଗ୍ରାମର ରମାକାନ୍ତ ଧାମୁଡ଼ିଆ ଘରେ ଛେଳିଚୋରି କରିବାକୁ ଆସି ଅଟକ ଥିବା ଦେଖିବାକୁ ମିଳିଛି।ଚୋରକୁ ଅଟକ ରଖି ଲୋକେ ବେଶ ଉତ୍ତମ ମଧ୍ୟମ ଦେଇଛନ୍ତି।ରାତିଠୁ ଦୌଡ଼ିରେ ବାନ୍ଧି ଅଟକ ରଖିଥିବା ବେଳେ ସକାଳ ଠୁଁ ପୋଲିସ ସହ ଯୋଗାଯୋଗ କରି ଥାନାରେ ଜିମା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.