୧୫ ଫୁଟ୍‌ ତଳୁ ଉଦ୍ଧାର ହେଲା ଛେଳି ଛୁଆ

Published By : Prameya-News7 Bureau | August 01, 2020 IST

କେନ୍ଦୁଝର୧/୮: ଏକ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଜେସିବି ଦ୍ବାରା ସମାନ୍ତରାଳ ଗାତ ଖୋଳି ପରିତ୍ୟକ୍ତ ବୋରୱେଲ୍ ର ୧୫ ଫୁଟ ତଳେ ପଡି ଫସି ରହିଥିବା ଛେଳି ଛୁଆକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଭଗାବନ୍ଧ ଗାଁର ଦିଲ୍ଲୀପ ସେଠୀ ଗାଁର ଏକ ପଡିଆରେ ଗୋଟିଏ ବୋରୱେଲ୍ ଖୋଳାଇ ଥିଲେ। ଗତକାଲି ଗାଁର ସୁଦର୍ଶନ ମୁଣ୍ଡାଙ୍କର ଗୋଟିଏ ଛେଳି ଛୁଆ ଏହି ବୋରୱେଲ୍ ଭିତରେ ଗଳି ପଡିଥିଲା। ଖବର ପାଇ ଆହାରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୋରୱେଲ୍ କଡରେ ସମାନ୍ତରାଳ ଭାବେ ଜେସିବି ମେସିନ୍ ସାହାଯ୍ୟରେ ଏକ ଗାତ ଖୋଲି ଛେଳି ଛୁଆକୁ ଅକ୍ଷତ ଭାବେ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.