Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

୨୦୨୦ରେ ବିଶ୍ବ ଅର୍ଥନୀତି ୩ ପ୍ରତିଶତକୁ ଖସି ଆସିବ- ଆଇଏମ୍‌ଏଫ

15/04/2020 at 9:58 PM

ନୂଆଦିଲ୍ଲୀ୧୫/୪: ବିଶ୍ବ ଅର୍ଥନୀତିରେ ବିପର୍ଯ୍ୟୟ ଆଣିଛି କରୋନା । ଇଣ୍ଟର ନ୍ୟାସନାଲ ମନିଟାରୀ ଫଣ୍ଡ- ଆଇଏମ୍‌ଏଫ ରିପୋର୍ଟ ଅନୁସାରେ ୨୦୨୦ରେ ବିଶ୍ବ ଅର୍ଥନୀତି ୩ ପ୍ରତିଶତକୁ ଖସିଆସିବ । ଆଉ ଭରତୀୟ ଅର୍ଥନୀତି ଅଭିବୃଦ୍ଧି ହାର ୧ ଦଣମିକ ୯ ପ୍ରତିଶତ ହ୍ରାସ ପାଇବ । ତେଣୁ ଆଗମୀ ଦିନରେ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥାକୁ ରୋକିବାକୁ ହେଲେ ନିଯୁକ୍ତି ଓ ଅଭିବୃଦ୍ଧିକୁ ସହାୟ ହେଉଥିବା କୃଷି ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଅଧିକ ଯୋର ଦେବା ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ତେବେ  ଖୁବ୍‌ ଶୀଘ୍ର କ୍ଷୁଦ୍ର  ଓ ମଧ୍ୟମ ଉଦ୍ୟୋଗ ପାଇଁ କେନ୍ଦ୍ର ସରକାର ପ୍ୟାକେଜ  ଘୋଷଣା କରିବାକୁ ଦାବି କରିଛନ୍ତି ଦେଶର ଏମ୍‌ଏସ୍‌ଏମ୍‌ଇ ସଂଗଠନଗୁଡ଼ିକ ।

ବିଶ୍ବ ଅର୍ଥନୀତି ଉପରେ କରୋନା ମାଡ଼ । ବିଶ୍ବ ଅର୍ଥନୀତିରେ ବିପର୍ଯ୍ୟୟ ଆଣିଛି ଏହି ମହାମାରୀ । ଇଣ୍ଟର ନ୍ୟାସନାଲ ମନିଟାରୀ ଫଣ୍ଡ- ଆଇଏମ୍‌ଏଫ ରିପୋର୍ଟ ଅନୁସାରେ ୨୦୨୦ରେ ବିଶ୍ବ ଅର୍ଥନୀତି ୩ ପ୍ରତିଶତକୁ ଖସିଆସିବ । ଭାରତ ଭଳି ଗତିଶୀଳ ରାଷ୍ଟ୍ରର ଅର୍ଥନୀତି ହାର ୧ ଦଶମିକ ୯ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଥିବା ବେଳେ ବିକଶିତ  ରାଷ୍ଟ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ୫ ଦଶମିକ ୯ ପ୍ରତିଶତ, ଜାପାନ ୫ ଦଶମିକ ୨, ୟୁକେ ୬ଦଶମିକ ୫, ଜର୍ମାନୀ ୭, ଇଟାଲି ୯ ଦଶମିକ ୧, ସ୍ପେନ୍‌ର ଅର୍ଥନୀତି ୮ ପ୍ରତିଶତ ଖସିବ ବୋଲି ରିପୋର୍ଟରେ କୁହାଯାଇଛି । ତେବେ କରୋନା ବିପର୍ଯ୍ୟୟର କେନ୍ଦ୍ରବିନ୍ଦୁ ସାଜିଥିବା ଚୀନର ଅର୍ଥନୀତି ୧ ଦଶମିକ୍‌ ୨ ପ୍ରତିଶତ ରହିବ ବୋଲି  ଆକଳନ କରିଛି ଆଇଏମଏଫ୍‌ ।

ଆଇଏମ୍ଏଫ୍‌ର ଏହି ରିପୋର୍ଟ ୧୯୯୧ ଉଦାରୀକରଣ ପରଠାରୁ ଭାରତୀୟ ଅର୍ଥନୀତର ସବୁଠାରୁ ଦୟନୀୟ ସ୍ଥିତି ଉପସ୍ଥାପିତ କରୁଥିବା ବେଳେ ବିଶ୍ବ ଅର୍ଥନୀତି ପରିପ୍ରେକ୍ଷିରେ ଏହା କିଛିଟା ସନ୍ତୋଷ ଦିଏ। ତେବେ ଏହି ସମୟ ସବୁଠାରୁ ବଡ଼ ଚାଲେଞ୍ଜ ରହିଛି କିଭଳି ଅର୍ଥନୀତିର ଅଭିବୃଦ୍ଧିକୁ ଆଗକୁ ନେବା।

ତେବେ ଭାରତରେ ଅର୍ଥନୀତିକୁ ସୁଧାରିବାକୁ କୃଷି ଓ ଏମ୍‌ଏସ୍‌ଏମ୍‌ଇ ଉପରେ ସରକାରଙ୍କ ଅଧିକ ଫୋକସ ରହିଛି ।  ଯଦି ଆମେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଦେଖିବା ଦେଶରେ ପ୍ରାୟ ୬ କୋଟି ୩୦ ଲକ୍ଷ ଏମ୍‌ଏମ୍‌ଏସ୍‌ଏଇ ରହିଛନ୍ତି। ଯେଇଁଥିରେ  ନିଯୁକ୍ତି ପାଇଛନ୍ତି ପ୍ରାୟ ୧୧ କୋଟି ଲୋକ । ଏମିତିରେ ଯଦି ୪ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି ରହେ ତେବେ ପ୍ରାୟ ୨୦ ଲକ୍ଷ ଏମ୍ଏସ୍ଏମ୍ଇ ସବୁଦିନ ପାଇଁ ବନ୍ଦ ହୋଇଯିବାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟରେ ଏମ୍‌ଏସ୍‌ଏମ୍‌ଇ ୟୁନିଟ୍‌ ଗୁଡ଼ିକ। ଦାବି କରିଛନ୍ତି ଖୁବ୍‌ ଶ୍ରୀଘ୍ର ସରକାରଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ପାଇଁ ସ୍ବତନ୍ତ୍ର ସହାୟତା ଘୋଷଣା କରାଯାଉ।

ଏଭଲି ଘଡ଼ିସନ୍ଧି ମୂହୁର୍ତ୍ତରେ ଯେଭଳି ଏମ୍‌ଏସ୍‌ଏମ୍‌ଇ ଗୁଡ଼ିକୁ ବ୍ୟାଙ୍କର ସହାୟତା ମଳିବ ସେନେଇ ଆଶ୍ବାସନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ । କୋରୋନା ପରିସ୍ଥିତି ପୁଣି ଥରେ ସରକାରଙ୍କ ମେକ୍‌ ଇନ୍ ଇଣ୍ଡିଆ ଅଭିଯାନକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି। ବିଦେଶରୁ ଆମଦାନୀ ଉପରୁ ନଜର ହଟାଇ ଦେଶର ଏମ୍‌ଏସ୍‌ଏମ୍‌ଇକୁ କିଭଳି ଅଧିକ ପ୍ରୋତ୍ସାହନ ଦିଆଯାଇ ଉତ୍ପାଦନକ୍ଷମ କରାଯାଇପାରିବ  ସେନେଇ ସଂଗଠିତ ଉଦ୍ୟମର ସମୟ ଆସିଛି।

   Related Posts