ବାହାଘରରେ କୋଭିଡ୍‌ ନିୟମ ଉଲଂଘନ କରି କନ୍ୟାର ବାପା ଏବଂ ଭିଣୋଇ ଗିରଫ

Published By : Prameya-News7 Bureau | July 12, 2020 IST

ଭଦ୍ରକ୧୨/୭: ବାହାଘରରେ କୋଭିଡ୍‌ ନିୟମ ଉଲଂଘନ କରି ଗିରଫ ହେଲେ କନ୍ୟାର ବାପା ଏବଂ ଭିଣୋଇ। ତିହିଡି ଥାନା ମକୁନ୍ଦପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ ବାହାଘର ଚାଲୁଥିବା ବେଳେ ଶତାଧିକ ଲୋକ ଉପସ୍ଥିତ ଥିଲେ। ଏମାନେ କୋଭିଡ ନିୟମ ଉଲଂଘନ କରି କରିଥିବାରୁ ଏହି ଦୁଇଜଣଙ୍କୁ ତିହିଡି ପୋଲିସ ଗିରଫ କରିଥିବା ଥାନା ଅଧିକାରୀ  ସୂଚନା ଦେଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଳା ଗୋପାଳପୁରସ୍ଥିତ ମେଫେୟାର ହୋଟେଲରେ ଚାଲିଥିବା ବାହାଘରରେ କୋଭିଡ୍ ନିୟମ ଉଲଂଘନରେ ବର ଓ କନ୍ୟା ଘର ପକ୍ଷରୁ କେତେଜଣ ସଦସ୍ୟ ମଧ୍ୟ ଗିରଫ ହୋଇଥିଲେ।

{"id":299563,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.