ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର: ପ୍ରେମଜନିତ ହତ୍ୟା ସନ୍ଦେହ

Published By : Prameya-News7 Bureau | June 17, 2020 IST

ଛେଣ୍ଡିପଦା୧୭/୬: ଛେଣ୍ଡିପଦା ଥାନା ଡଙ୍ଗାପାଳ ଦେଇ ଯାଇଥିବା ଆଉଳୀ ନଦୀର ବଅରପାଳ ପଠା ନିକଟରେ ଥିବା ଏକ ଜାମୁକୋଳି ଗଛରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତା ଯୁବତୀ ଡଙ୍ଗାପାଳ ଗ୍ରାମର ଆର୍ତତ୍ରାଣ ସାହୁଙ୍କ ଝିଅ ପୁଷ୍ପାଞ୍ଜଳି ବୋଲି ଜଣାପଡିଛି । ପୁଷ୍ପାଞ୍ଜଳି ପହିଲି ରଜ ଦିନ ସଧ୍ଯାରେ ଘରୁ ଶୌଚ ହେବା ପାଇଁ କହି ନିକଟସ୍ଥ ଆଉଳୀ ନଦୀକୁ ଯାଇଥିଲେ । ରାତି ହେବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ପୁଷ୍ପାଞ୍ଜଳିଙ୍କୁ ନପାଇ ତା ମୋବାଇଲକୁ ରିଙ୍ଗ କରିଥିଲେ ମଧ୍ୟ ସେ ମୋବାଇଲ ଉଠାଇ ନଥିଲେ ।

ଆଜି ସକାଳେ ନିକଟସ୍ଥ ଗ୍ରାମର କିଛି ମହିଳା ଉକ୍ତ ସ୍ଥାନକୁ ଯାଇଥିବା ବେଳେ ଜାମୁ ଗଛରେ ଜଣେ ଯୁବତୀର ଝୁଲନ୍ତା ମୃତଦେହ ଦେଖି ଡଙ୍ଗାପାଳ ଗ୍ରାମକୁ ଖବର ଦେଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ପୁଷ୍ପାଞ୍ଜଳିଙ୍କର ବୋଲି ଚିହ୍ନିବା ସହ ଛେଣ୍ଡିପଦା ଥାନାକୁ ଖବର କରିଥିଲେ ।ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମର୍ଟମ କରିବା ପାଇଁ ଛେଣ୍ଡିପଦା ଡାକ୍ତରଖାନା କୁ ପଠାଇଛନ୍ତି ।ଘଟଣାଟି ପ୍ରେମଜନିତ ହତ୍ୟାକାଣ୍ଡ ହୋଇଥିବା ଗ୍ରାମବାସୀ କହୁଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ପୁଷ୍ପାଞ୍ଜଳିର ମୃତ୍ଯୁ ରହସ୍ୟ ଜଣା ପଡିବ ବୋଲି ପୋଲିସ ପ୍ରକାଶ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.