Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଏକତରଫା ପ୍ରେମ : ଝିଅ ପୋଷାକ ପିନ୍ଧି ଗାର୍ଲସ ହଷ୍ଟେଲରେ ପଶିଥିଲେ ଛାତ୍ର, ତାପରେ…

20/03/2019 at 2:47 PM

ବିକାନେର ୨୦|୩ : ୫ବର୍ଷ ପୂର୍ବେ ଏକତରଫା ପ୍ରେମକୁ ନେଇ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଦିନେଶ ସାଙ୍ଖଲାଙ୍କୁ ହାଇକୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।  ଅଭିଯୁକ୍ତ ଦିନେଶ ନିଜ ସହପାଠୀ ଛାତ୍ରୀଙ୍କୁ ଛୁରୀ ମାଡ ସାଙ୍ଖଲାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୩ ମସିହା ଜୁଲାଇ ୬ ତାରିଖରେ ଯୋଧପୁର ମଥାନିୟା ନିବାସୀ ଦିନେଶ ସାଙ୍ଖଲା ଝିଅମାନଙ୍କର ପୋଷାକ ପିନ୍ଧି ଦୀନଦୟାଲ ଉପାଧ୍ୟାୟ ସର୍କିଲ ସ୍ଥିତ ମହିଳା ହଷ୍ଟେଲକୁ ଯାଇଥିଲେ । ସେଠାରେ ରହୁଥିବା ଜୟପୁର ଝୋଡଓ୍ବାଡା ନିବାସୀ ଛାତ୍ରୀ ମୀନୁ ଚୌଧୁରୀଙ୍କ ସେ ଏକ ତରଫା ପ୍ରେମ କରୁଥିଲେ । ମୀନୁ ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେଥିପାଇଁ ତାଙ୍କ ରୁମ୍ ନିକଟକୁ ଆସିଥିଲେ ।

ଦିନେଶ ତାଙ୍କୁ ରୁମ୍ ରେ ପଶି ତାଙ୍କୁ ଛୁରୀରେ ଆତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଦିନେଶ ତାଙ୍କ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଦିନେଶଙ୍କୁ ଅଜୀବନ କାରାଦଣ୍ଡ ସହ ୩୭,୦୦୦ ଟଙ୍କା ଜୋରିମାନା ଶୁଣାଇଛନ୍ତି କୋର୍ଟ । ଜୋରିମାନା ନ ପୈଠ କଲେ ଅତିରିକ୍ତ ୩୭ ମାସ ଦଣ୍ଡାଦେଶ ଭୋଗିବାକୁ ପଡିବ ।

ଏହି ମାମଲା ହାଡିକୋର୍ଟରେ ଚାଲିଥିଲା । ଏହି ମାମଲାରେ ୨୧ଜଣ ସାକ୍ଷୀଙ୍କର ବୟାନ ନିଆଯାଇଥିବା ବେଳେ ୫୩ ଦସ୍ତାବିଜ ପ୍ରସ୍ତୁତ କରାଯାଇଥିଲା । ଏଭଳି ମାମଲା ସମାଜ ଉପରେ କୁପ୍ରଭାବ ପକାଇବା ଭଳି ଥିଲା ତେଣୁ ଏହାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।

   Related Posts