ମେଳା ବୁଲିବାକୁ ଯାଉଛନ୍ତି କି ଆପଣ ବି ହୋଇଯାଆନ୍ତୁ ସାବଧାନ- ମେଳାରେ ଥିବା ରାମଦୋଳିରେ ଘଟିଲା ଏପରି ଘଟଣା...

Published By : Prameya-News7 Bureau | September 26, 2019 IST

ମାଲେସିଆ୨୬|୯:  ଅଧିକାଂଶ ସମୟରେ ମଣିଷ ଯାହା ଭାବି ନଥାଏ ସେହିଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ। ଯଦି କୌଣସି ମେଳାକୁ ଆପଣ ଯାଉଛନ୍ତି ତେବେ ସେଠାରେ ଲାଗିଥିବା  ରାମଦୋଳିରେ ପିଲାଙ୍କୁ ବସିବା ଲାଗି ଅନୁମତି ଦିଅନ୍ତୁ ନାହିଁ। ଏହି ସମୟରେ ଏମିତି କିଛି ଘଟଣା ଘଟିଥାଏ। ଯାହା ଆପଣଙ୍କ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ଏପରିକି ଦୋଳି ଖେଳୁଥିବା ବେଳେ ପିଲାଙ୍କ ଜୀବନ ବି ଯାଇପାରେ ତେଣୁ ପିଲାଙ୍କୁ ଉପର ତଳ ହେଉଥିବା ଦୋଳିରେ ବସିବାକୁ ଦିଅନ୍ତୁ ନାହିଁ।  ମାଲେସିଆରେ ହୁଟାନ ମେଲିନଟ୍ୟାଙ୍କ ଏଭଳି ଘଟଣା ଘଟିଛି।

ଜଣେ ୪ ବର୍ଷର ଛୋଟ ପିଲା ତାଙ୍କ ବାପା ଓ ମାଙ୍କ ସହ ହୁଟାନ ମେଲିନଟ୍ୟାଙ୍ଗ ସିଟିର ଏକ ଅମ୍ୟୁଜମେଣ୍ଟ ପାର୍କକୁ ବୁଲିବା ଲାଗି ଯାଇଥିଲେ। ଲେଇଙ୍ଗ ନାମକ ଏହି ଛୋଟ ପିଲା ପ୍ୟାାରିସ ହ୍ବିଲ ଦୋଳିରେ ବସି ଯାଇଥିଲେ। ମାଆ ଓ ବାପାଙ୍କୁ ଛାଡ଼ି ସେ ଏକା ଦୋଳିରେ ବସିଥିଲେ। ଲେଇଙ୍ଗ ଯେଉଁ କମ୍ପାର୍ଟମେଣ୍ଟରେ ବସିଥିଲା ତାହାର କବାଟ ଖୋଲି ରହିଥିଲା। ଦୋଳି ଉପରକୁ ଉଠିବା ବେଳେ ଚାରି ବର୍ଷ ଲେଇଙ୍ଗ ସିଧା ଉପରୁ ତଳକୁ ଖସି ପଡିଥିଲେ। ଦୋଳି ଅପରେଟିଂ କରୁଥିବା ବ୍ୟକ୍ତିଙ୍କ ଅବହେଳା ଲାଗି ଏପରି ଘଟିଥିଲା ।

ମାତ୍ର  ସୌଭାଗ୍ୟବଶତଃ ପିଲାଟିର ଜୀବନ ରକ୍ଷା ହୋଇଯାଇଥିଲା । ଉପରୁ ପଡି ଆହତ ହେବାପରେ ତାକୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିଛି ଦିନର ଚିକିତ୍ସା ପରେ ପିଲାଟି ସୁସ୍ଥ ହୋଇ ଘରକୁ ଫେରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.