ଟିକ୍‌ଟକ୍‌ ଭିଡିଓରେ ଯୁବତୀଙ୍କୁ ଏସିଡ୍‌ ମାଡ଼ର ଧମକ

Published By : Prameya-News7 Bureau | June 12, 2020 IST

ନୀଳଗିରି୧୨/୦୬: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ଯୁବକ ଟିକ୍‌ଟକ୍‌ ଭିଡିଓ ତିଆରି କରି ଗିରଫ ହେବା ଚର୍ଚ୍ଚାର ବିଷୟ ହୋଇଛି । ନୀଳଗିରି ଆମ୍ବୁଡିହା ଅଞ୍ଚଳର କ୍ୟାପଟେନ ରାଜପୁତ୍‌ ଓରଫ ଅର୍ଦ୍ଧେନ୍ଦୁ ସହ କଟକ ଦରଘାସାହି ସୂତାହାଟ ଅଞ୍ଚଳର ଆରତି ସାହୁ ନାମକ ଯୁବତୀଙ୍କର ପରିଚୟ ହୋଇଥିଲା । ଏହାପରେ ଉକ୍ତ ଯୁବତୀ ସହ ଅର୍ଦ୍ଧେନ୍ଦୁ ଟିକ୍‌ଟକ୍‌ ଭିଡିଓ ତିଆରି କରି ଆସୁଥିଲେ । କୌଶଳ କ୍ରମେ ତାଙ୍କର ମୋବାଇଲ ନମ୍ବର ଆଣି ତାଙ୍କୁ ଅଶ୍ଳୀଳ ଭାଷା ଲେଖିବାରୁ ଯୁବତୀ ଜଣକ ବିରୋଧ କରିଥିଲେ ।

ଯୁବକ ଜଣକ ଏସିଡ୍‌ ପକାଇ ମାରିଦେବାର ଧମକ ଦେବା ପରେ କଟକ ଦରଘାବଜାର ଥାନାରେ ଯୁବତୀ ଜଣକ ଅଭିଯୋଗ କରିଥିଲେ । ପରେ ୨୯୪, ୫୦୭, ୩୪, ୬୭, ୬୭ (ଏ) ଧାରାରେ ୬୮ ନଂର ମାମଲା ରୁଜୁ ହୋଇ ତଦନ୍ତ ଜାରି ଥିଲା । ଅଭିଯୁକ୍ତକୁ ନୀଳଗିରି ପୁଲିସ ଗିରଫ କରି ଦରଘାବଜାର ପୁଲିସକୁ ହସ୍ତାନ୍ତର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.