Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

କାହିଁକି ସରପଞ୍ଚଙ୍କୁ ଗୁଳି କରି ଏମ୍‌ବିଏ ଛାତ୍ରୀ କରିଥିଲା ହତ୍ୟା, ପୁଲିସ କଲା ଘଟଣାର ପର୍ଦ୍ଦାଫାଶ

3/11/2019 at 4:20 PM

ନୂଆଦିଲ୍ଲୀ୩/୧୧: ସରପଞ୍ଚଙ୍କ ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ । ଜଣେ ଏମବିଏ ଛାତ୍ରୀ ଓ ତାର ପୁରୁଷ ବନ୍ଧୁ ମିଶି ସରପଞ୍ଚଙ୍କୁ ହତ୍ୟା କରିଥିଲେ। ଟଙ୍କା ନେଣଦେଣକୁ କେନ୍ଦ୍ରକରି ସରପଞ୍ଚଙ୍କ ହତ୍ୟା ହୋଇଥିବା କଥା ଜଣାପଡ଼ିଛି।  ଅଭିଯୁକ୍ତ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକୁ ପୋଲିସ ଗିରଫ କରିଛି। ଦିଲ୍ଲୀର ନୋଇଡା ସ୍ଥିତ ସେକ୍ଟର-୧୦୩ ଇଣ୍ଡିଆନ ବୁଲସ୍‌ ସୋସାଇଟି ଫ୍ଲାଟ୍‌-୫୪ରେ ଏଭଳି ଘଟଣା ଘଟିଛି।

କାଡ଼ୌଲା ଗାଁର ସରପଞ୍ଚ ରୋଶନ ଲାଲଙ୍କୁ ହତ୍ୟା କରି ଅଭିଯୁକ୍ତ ଫ୍ଲାଟ ନିକଟରେ ପିଙ୍ଗି ଦେଇ ଯାଇଥିଲେ। ସରପଞ୍ଚ ରୋଶନ ଓ ଅଭିଯୁକ୍ତ ଯୁବତୀ ସୁମିତ ଫୋଗାଟ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ତେଣୁ ସରପଞ୍ଚଙ୍କୁ ରାସ୍ତାରୁ ହଟାଇବା ପାଇଁ ଅଭିଯୁକ୍ତ ଯୁବତୀ ଷଡ଼ଯନ୍ତ୍ର ରଚିଥିଲା। ହତ୍ୟା କରିବା ଲାଗି ଯୁବତୀଙ୍କ ବନ୍ଧୁ ତାକୁ  ସହଯୋଗ କରିଥିଲା ।

ପୋଲିସର ସୂଚନା ମୁତାବକ ସରପଞ୍ଚ ରୋଶନଙ୍କୁ ପ୍ରଚୁର ମାତ୍ରାରେ ମଦ ପିଇବାକୁ ଦିଆଯାଇଥିଲା। ​‌ନିଶାସକ୍ତ ଅବସ୍ଥାରେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁମିତ୍ ତାର ବନ୍ଧୁ ବିକ୍ରମ ସରପଞ୍ଚଙ୍କୁ ଟଙ୍କା ଦେବା ପାଇଁ ଆସିଥିଲେ। ସେଠାରେ ସରପଞ୍ଚ ମଦ ପିଉଥିବା ଦେଖି ଅଭିଯୁକ୍ତ ଯୁବତୀ ତାଙ୍କୁ ଆହୁରି ମଦ ଦେଇଥିଲା। ସରପଞ୍ଚଙ୍କ ନିଶା ଅଧିକ ହେଇଯିବାରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଗୁଳି କରି ସରପଞ୍ଚଙ୍କୁ ହତ୍ୟା  କରିଥିଲେ । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଯୁବତୀ ଅମିତ ଫୋଗାଟ ଓ ତାର ବନ୍ଧୁ ବିକ୍ରମକୁ ଗିରଫ କରି ସେମାଙ୍କଠାରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଜବତ କରିଛି। ଅନ୍ୟପଟେ ୨ ଦୁଇଦିନ ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇଛି।      

   Related Posts