Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ଟିକଟକ୍‌ରୁ କଣ୍ଟାକ୍ଟ କିନ୍ତୁ ଖାଇଗଲେ ଧୋକା: ବାଲେଶ୍ବରରେ ପହଁଞ୍ଚିଲେ ବେଙ୍ଗାଲୁରୁର ଝିଅ, ଖୋଲି ଗଲା ଯୁବକଙ୍କ ମୁଖା

4/06/2020 at 8:50 PM

ବାଲେଶ୍ବର୪/୬: ଡିଜିଟାଲ ଯୁଗରେ ସୋସିଆଲ ସାଇଟ୍‌ରେ ପ୍ରେମ କରି ଧୋକା ଖାଉଛନ୍ତି ଯୁବକ- ଯୁବତୀ। ଟିକଟକ୍‌ରୁ ଲଭ୍ ଆଉ ଲଭ୍‌ରୁ ସେକ୍ସ। ଏମିତି ଚାରି ମାସ ଶାରିରୀକ ସଂପର୍କ ରଖିବା ପରେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି ବାଲେଶ୍ବର ଜିଲ୍ଲା ପୋଲିସ।ଟିକ୍‌ଟକ୍‌ରେ ଓଡ଼ିଆ ଯୁବକଙ୍କ ପ୍ରେମରେ ପଡିଥିଲେ ବେଙ୍ଗାଲୁରୁର ଯୁବତୀ। ଯୁବତୀଙ୍କୁ ଘାରି ଥିଲା ପ୍ରେମ ନିଶା। ପ୍ରେମର ମିଛ ଆଶା, ଭରସା ଦେଇଥିବା ଯୁବକଙ୍କ ପ୍ରେମକୁ ଅନ୍ଧଭଳି ବିଶ୍ବାସ କରି ସୂଦୂର ବେଙ୍ଗାଲୁରୁରୁ ଆସି ବାଲେଶ୍ବରରେ ପହଁଞ୍ଚିଥିଲେ ଯୁବତୀ। ଏହା ପରେ ପଦାରେ ପଡ଼ି ଯାଇଥିଲା ଟିକ୍‌ଟକ ଯୁବକଙ୍କ ଅସଲ ଚେହେରା।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ଯୁବତୀ ନିଜର ଜଣେ ସାଙ୍ଗଙ୍କୁ ଧରି ବାଲେଶ୍ବରରେ ପହଁଞ୍ଚିଥିଲେ। ବାଲେଶ୍ବରରେ ପହଁଞ୍ଚିବା ପରେ ଧରା ପଡ଼ିଥିଲା ଓଡ଼ିଆ ଯୁବକଙ୍କ କୀର୍ତ୍ତି କାରନାମା। ପ୍ରକୃତ କଥା ହେଲା, ବେଙ୍ଗାଲୁଲୁର ଯୁବତୀ ଯାହାଙ୍କ ପ୍ରେମକୁ ବିଶ୍ବାସ କରି ବାଲେଶ୍ବରରେ ପହଁଞ୍ଚିଥିଲେ, ସେହି ଯୁବକ ପୂର୍ବରୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛି। ଏହି ଘଟଣା ସଂପର୍କରେ ଯୁବକଙ୍କ ପତ୍ନୀ ଜାଣିବା ପରେ ପୋଲିସ୍‌ରେ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ୨ ଯୁବତୀଙ୍କୁ ଉଦ୍ଧାର କରି  ବାଲେଶ୍ବର ସହରର ନାରୀ ସଂଘରେ ରଖିଥିଲେ।

ନାରୀ ସଂଘର ସାମ୍ପାଦିକା କହିଛନ୍ତି ଯେ, ଝିଅମାନଙ୍କୁ ପ୍ରେମ ଜାଲରେ ଫସାଇ ଏହି ଯୁବକ ସେକ୍ସ ରାକେଟ୍ ଚଳାଉଛି। ତେବେ ଲକଡାଉନ୍‌ ପୂର୍ବରୁ ଫସି ରହିଥିବା ବେଙ୍ଗାଲୁରୁର ୨ ଯୁବତୀ ବାଲେଶ୍ବର ନାରୀ ସଂଘରେ ଥିଲେ । ତେବେ ସେମାନଙ୍କ ପରିବାର ଲୋକେ ଗୁରୁବାର ବାଲେଶ୍ବରରେ ପହିଁଞ୍ଚିଥିଲେ। ପରିବାର ଲୋକଙ୍କ ସାଙ୍ଗରେ ଏହି ୨ ଯୁବତୀ ନିଜ ଘରକୁ ଫେରି ଯାଇଥିବା ସୂଚନା ମିଳିଛି।

   Related Posts