କରୋନାରେ ଜନ୍ମ ହୋଇଥିବା ଶିଶୁକୁ ନେଇ ଚାରିଆଡ଼େ ଚର୍ଚ୍ଚା : ଗୁଜୁରାଟରୁ ବେଙ୍ଗାଲୁରୁକୁ ଉଡ଼ିକରି ଆସିଲା ମା କୋଳକୁ

Published By : Prameya-News7 Bureau | April 15, 2020 IST

ସୁରଟ ୧୫/୪: ଗୁଜୁରାଟରେ ସରୋଗେସି ଜରିଆରେ ଜନ୍ମ ହୋଇଥିବା ଶିଶୁକୁ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ବେଙ୍ଗାଲୁରୁକୁ ଅଣାଯାଇଛି ଏବଂ ଶିଶୁକୁ ତା’ ବାପା-ମାଆଙ୍କୁ ହସ୍ତାନ୍ତର କରାଯାଇଛି। କରୋନା ଭାଇରସ୍ ଯୋଗୁଁ ସଙ୍କଟ ସମୟରେ ନିଜ ଶିଶୁକୁ କୋଳରେ ନେଇ ଦମ୍ପତ୍ତି ଖୁସିରେ ଆତ୍ମହରା ହୋଇଉଠିଥିଲେ।

ଡାକ୍ତର ପୂଜା ନନ୍ଦକର୍ଣ୍ଣୀ ସିଂହ କହିଛନ୍ତି ଯେ ମାର୍ଚ୍ଚ ୨୯ତାରିଖରେ ଶିଶୁର ଜନ୍ମ ସରୋଗେସି ଜରିଆରେ ସୁରଟର ଏକ ହସ୍ପିଟାଲରେ ହୋଇଥିଲା କିନ୍ତୁ ୧୭ଦିନ ପରେ ତା ବାପା-ମାଆ ତାକୁ ଦେଖିବାକୁ ପାଇଛନ୍ତି। କରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ସେମାନେ ଗୁଜୁରାଟ ଆସିବାକୁ ସକ୍ଷମ ନଥିଲେ। ବର୍ଷେ ପୂର୍ବରୁ ବେଙ୍ଗାଲୁରୁର ଦମ୍ପତ୍ତି ତାଙ୍କୁ ଆଇବିଏଫ ଏବଂ ସରୋଗେସି ଜରିଆରେ ସନ୍ତାନ ପାଇଁ ଯୋଗାଯୋଗ କରିଥିଲେ।  

ଦମ୍ପତ୍ତି ଏଠାରେ ପହଞ୍ଚି ନପାରିବାରୁ ସେ ଏୟାର ଆମ୍ବୁଲାନ୍ସ ମାଧ୍ୟମରେ ଶିଶୁକୁ ବେଙ୍ଗାଲୁରୁ ପଠାଇଥିଲେ। ମଙ୍ଗଳବାର ଡାକ୍ତର ସିଂହ ନିଜେ ଶିଶୁକୁ ନେଇ ବିମାନ ବନ୍ଦର ଯାଇଥିଲେ ଏବଂ ସେଠାରେ ଏୟାର ଆମ୍ବୁଲାନ୍ସକୁ ଆସିଥିବା ଡାକ୍ତରଙ୍କୁ ଶିଶୁକୁ ହସ୍ତାନ୍ତର କରିଥିଲେ। ଏୟାର ଆମ୍ବୁଲାନ୍ସ ଦିଲ୍ଲୀରୁ ଏଠାକୁ ପହଞ୍ଚିଥିଲା ଏବଂ ଶିଶୁକୁ ସୁରକ୍ଷାର ସହିତ ତା ବାପା ମାଆଙ୍କୁ ପ୍ରଦାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.