ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ବିରାଟକାୟ ଉଲକା ପିଣ୍ଡ, ନାସା କଲା ସାବଧାନ

Published By : Prameya-News7 Bureau | July 21, 2021 IST

ୱାଶିଂଟନ: ପୁଣି ପୃଥିବୀବାସୀଙ୍କୁ ଉଲ୍‌କାପିଣ୍ଡ ଭୟ। ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟକାୟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯାହାର ନାମ ରହିଛି 2008Go20 । ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଉଲ୍‌କାପିଣ୍ଡଟି ଜୁଲାଇ ୨୪ ତାରିଖରେ ପୃଥିବୀକୁ ଅତିକ୍ରମ କରିବ। ତେବେ ଏହାକୁ ବିପଦ କ୍ୟାଟେଗୋରୀରେ ରଖିଛି ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା। କାରଣ ଉଲ୍‌କାପିଣ୍ଡଟି ବିପର୍ଯ୍ୟୟ ଘଟାଇବାର ଆଶଙ୍କା ରହିଛି।

ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଥିବା ବେଳେ ଘଣ୍ଟାପ୍ରତି ବେଗ ବେଗ ରହିଛି ୨୮,୮୦୦ କିମି। ଉଲ୍‌କାପିଣ୍ଡଟି ଅତି ତୀବ୍ର ଗତିରେ ଆସୁଥିବାରୁ ଯାହା ଦେହରେ ବାଡ଼େଇ ହେବ ତାହା ଧ୍ୱଂଶ ପାଇଯିବ ବୋଲି ଆଶଙ୍କା କରାଯାଉଛି। ତେବେ ନାସା ଏହାର ଗତିପଥ ଉପରେ ତୀକ୍ଷ୍ଣ ନଜର ରଖିଛି।
ସୂଚନା ଥାଉକି, ଜୁନ୍ ମାସରେ ଇଫେଲ ଟାୱାର ଆକାରରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପୃଥିବୀ ନିକଟ ଦେଇ ଯାଇଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ଏହାକୁ ମଧ୍ୟ ବିପଦଜନକ ତାଲିକାଭୁକ୍ତ କରିଥିଲା ନାସା। ଜାଣି ରଖନ୍ତୁ ଯେ ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ।

ତେବେ ଜୁଲାଇ ୨୪ ତାରିଖରେ ପୃଥିବୀ ଦେଇ ଯିବାକୁ ଥିବା ଉଲକାର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ହୋଇଥିବା ବେଳେ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁଣ ଅଧିକ। ଜୁଲାଇ ୨୪ ତାରିଖ ରାତିରେ ଏନଇଓ ଆପୋଲୋ ନାମକ ଏକ କକ୍ଷପଥ ଦେଇ ଗତି କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।
ଦ୍ରୁତ ଗତିରେ ମାଡ଼ି ଆସୁଥିବା ଉଲ୍‌କାଟି ପୃଥିବୀରେ ମାଡ଼ ହେବାର କୌଣସି ଆଶଙ୍କା ନଥିବା ବୈଜ୍ଞାନିକମାନେ କହିଛନ୍ତି। ତଥାପି ଏହାକୁ ସମ୍ଭାବ୍ୟ ବିପଜ୍ଜନକ ଉଲକା ପିଣ୍ଡ ଶ୍ରେଣୀରେ ରଖାଯାଇଛି।
ଜାଣି ରଖନ୍ତୁ ଯେ ସାଧାରଣତଃ ଉଲକା ପିଣ୍ଡଗୁଡ଼ିକ ବୃହସ୍ପତି ଗ୍ରହର କକ୍ଷପଥରେ ମିଳିଥାଏ। କିଛି ଉଲକା ପିଣ୍ଡ ଅନ୍ୟ ଗ୍ରହର କକ୍ଷରେ ପ୍ରବେଶ କରିଥିବା ଜଣାପଡ଼ିଥିବା ବେଳେ ସେହି ଗ୍ରହ ସହ ସୂର୍ଯ୍ୟ ଚାରିପଟେ ମଧ୍ୟ ପରିକ୍ରମା କରିଥାଆନ୍ତି। ଏବେ ବୈଜ୍ଞାନିକମାନଙ୍କର ପ୍ରାୟ ୧୦ ଲକ୍ଷ ଉଲକା ପିଣ୍ଡର ତଥ୍ୟ ରହିଛି। ଏହା ମଧ୍ୟରୁ ୨୨ଟି ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସାଜି ପାରନ୍ତି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.