ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହେବା ଦେଖି ସ୍ତ୍ରୀ କଲେ ପାଟି, କ’ଣ ହେଇଛି କହି ସ୍ବାମୀ ଅନ୍ କରି ଦେଲେ ସ୍ବିଚ୍: ଜଣେ ଗୁରୁତର, ଘରର ଆସବାବପତ୍ର ପୋଡି ପାଉଁଶ
13/10/2020 at 9:24 PM

ଅନୁଗୋଳ୧୩/୧୦: ଗ୍ୟାସ୍ ଲିକ୍ କରି ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ। ଅନୁଗୋଳ ଶିମିଳିପଡାରେ ରୋଷେଇ ଗ୍ୟାସ ଲିକ୍ ହୋଇ ଜଣେ ଗୁରୁତର। ଗୁରୁତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତର। ମିଳିଥିବା ସୂଚନା ଅନୁସାରେ ଶରୀରର ୪୦ ପ୍ରତିଶତ ପୋଡି ଯାଇଛି। ଏହାସହ ଘରର ଆସବବାପତ୍ର ପୋଡି ପାଉଁଶ ହୋଇ ଯାଇଛି।

ଗୁରୁତରଙ୍କୁ ପ୍ରଥମେ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ସ୍ବାସ୍ଥ୍ୟାବସ୍ଥା ସଙ୍କାଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ବରୁଣ ରାଉତଙ୍କ ସ୍ତ୍ରୀ ରୋଷେଇ ସିଲିଣ୍ଡର ଲଗାଉଥିବା ବେଳେ ଗ୍ୟାସ ଲିକ୍ ହୋଇଥିଲା। ଫଳରେ ଭୟରେ ସେ ବାହାରକୁ ପଳାଇ ଆସି ପାଟି କରିଥିଲେ। ବରୁଣ କଣ ହୋଇଛି ବୋଲି ଘର ଭିତରେ ବିଦ୍ୟୁତ ସୁଇଚ୍ ଅନ କରିବା କ୍ଷଣି ନିଆଁ ଲାଗିଥିଲା।

ଫଳରେ ନିଆଁ ଯୋଗୁଁ ଘରର ଆଜବେଷ୍ଟ ଫାଟିଯିବା ସହ ଘରର ଆସବା ପତ୍ର ପୋଡି ଯାଇଛି। ଖବର ପାଇ ଦମକଳ ବାହୀନି ଘରକୁ ଆସି ନିଆଁକୁ ଲିଭାଇ ଥିଲେ। ବରୁଣଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରିଥିଲେ।