ପରିମଳ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ‘ଗରିମା’ ଯୋଜନା, ଘର-ବାଇକ ପାଇଁ ୯୦ ପ୍ରତିଶତ ସହାୟତା, ପିଜି ଯାଏ ପିଲାଙ୍କୁ ମାଗଣା ଶିକ୍ଷା

Published By : Prameya-News7 Bureau | September 11, 2020 IST

ଭୁବନେଶ୍ଵର ୧୧।୦୯:  ମୂଳ ପରିମଳ କର୍ମଚାରୀଙ୍କୁ ଆର୍ଥିକ ଓ ସାମାଜିକ ଭାବେ ମଜବୁତ ଦେବ ପାଇଁ ସରକାର ‘ଗରିମା’ ନାମରେ ନୂତନ ଯୋଜନା ଆରମ୍ଭ କରିଛନ୍ତି। କର୍ମଚାରୀଙ୍କ ସ୍ଵାସ୍ଥ୍ୟ ବୀମାଠୁ ନେଇ ପିଲାଙ୍କ ପାଠପଢା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଏହି ଯୋଜନାରେ କରାଯାଇଛି। କର୍ମଚାରୀଙ୍କ ସନ୍ତାନ ପାଇଁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ୨୦ ହଜାର କର୍ମଚାରୀ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗରିମା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରତି ପ୍ରତି କର୍ମଚାରୀଙ୍କ ଘର, ବାଇକ ପାଇଁ ୯୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହା ସହ ସ୍ୱାସ୍ଥ୍ୟ ବୀମା ଓ ମାଗଣା ମୋବାଇଲ ଯୋଗାଇ ଦିଆଯିବ। ସବୁଠୁ ବଡ କଥା କର୍ମଚାରୀଙ୍କ ସନ୍ତାନ ମାନଙ୍କ ପାଇଁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷାଦାନ ସହ ହଷ୍ଟେଲରେ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ପଦକ୍ଷେପରେ ଅର୍ଥାଭାବ କାରଣରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ପରିମଳ କର୍ମଚାରୀଙ୍କ ସନ୍ତାନ ଏବେ ମାଗଣାରେ ଶିକ୍ଷାଦାନ ମିଳିବ।

ରାଜ୍ୟର ୧୧୪ଟି ସହରାଞ୍ଚଳରେ କାର୍ଯ୍ୟ କରୁଥିବା ୨୦ ହଜାର କର୍ମଚାରୀ ଏହି ଯୋଜନାରେ ଉପକୃତ ହେବେ।  ଏଥିପାଇଁ ୫୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି। ଏଥିରେ ବିଲ ଗ୍ରେଟ ଫାଉଣ୍ଡେସନର ଟେକ୍ନିକାଲ ସହାୟତା ପ୍ରଦାନ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.