Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କର୍ପୋରେଟ୍‌ ଜଗତର ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତି ଦେଉଛି ବଗିଚା

22/10/2021 at 8:02 PM

ଭୁବନେଶ୍ଵର ୨୨।୧୦: ପ୍ରତିଷ୍ଠିତ କମ୍ପାନୀରେ ଉଚ୍ଚ ପଦବୀରେ ଚାକିରି । ସକାଳୁ ରାତି ଯାଏ ଲାଗି ରହିଥାଏ କାମ । କମ୍ପାନୀ ଦାୟିତ୍ୱକୁ ନେଇ ଢେର ମାନସିକ ଚାପ, ଅବସର ପାଇଁ ସମୟ ନାହିଁ କହିଲେ ଚଳେ । ଏମିତି ଏକ ପରିସ୍ଥିତିରେ ଜଣେ ନିଜର ବ୍ୟକ୍ତିଗତ ଜୀବନ,  ପରିବାର  ଓ  କମ୍ପାନୀ  ଦାୟିତ୍ୱ  ମଧ୍ୟରେ  ତାଳମେଳ  ବଜାୟ  ରଖିବା  ସହଜ  କଥା  ନୁହେଁ ।  ତାହା ଛଡା  ଗତ  ପ୍ରାୟ ଦୁଇବର୍ଷ ଧରି କୋଭିଡ ମହାମାରୀର ବିଭୀଷିକା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ତାହାରି ଭିତରେ ନିଜ ଶରୀର ଓ ମନ ପାଇଁ ସମୟ ବାହାର କରିବା ଏବଂ ତାହାକୁ ସୁସ୍ଥ, ଶାନ୍ତ ରଖିବା କଷ୍ଟକର ହେଲେ ମଧ୍ୟ ଏହାକୁ କରିଦେଖାଇଛନ୍ତି କର୍ପୋରେଟ ଜଗତର ଜଣେ ବ୍ୟକ୍ତିତ୍ୱ । ସାରା ବିଶ୍ୱ ଏବେ ଜଳବାୟୁ ପରିବର୍ତନ ଓ ପରିବେଶ ସୁରକ୍ଷାକୁ ନେଇ ଚିନ୍ତା କରୁଥିବାବେଳେ ଏହି ବ୍ୟକ୍ତିଜଣକ ପରିବେଶ ସୁରକ୍ଷା ସହିତ ନିଜ ପାଇଁ ଶାରୀରିକ ଓ ମାନସିକ ଶାନ୍ତି ଯୋଗାଡ କରିପାରିଛନ୍ତି ।

ଏକ  ପ୍ରତିଷ୍ଠିତ  ଦୂରସଂଚାର  କମ୍ପାନୀରେ  ଓଡ଼ିଶା  ମୁଖ୍ୟ  ଭାବେ  କାର୍ଯ୍ୟରତ  ପ୍ରଦୀପ  ରାଉତଙ୍କୁ  କମ୍ପାନୀର  ରହିଥିବା  ବ୍ୟବସାୟ ଲକ୍ଷ୍ୟ  ହାସଲ  କରିବା,  କର୍ମଚାରୀଙ୍କ  ଭଲମନ୍ଦ ବୁଝିବା, କହିବାକୁ  ଗଲେ  ରାଜ୍ୟରେ  ନିଜସ୍ୱ  କ୍ଷେତ୍ରର  ସବୁକିଛି  ଦାୟିତ୍ୱ  ନେଇ ଆଗକୁ  ବଢିବାକୁ  ହୋଇଥାଏ ।  ଓଡ଼ିଶା  ଆସିବା  ପୂର୍ବରୁ  ପ୍ରାୟ  ତିନି  ଦଶନ୍ଧି  ଧରି  ସେ  ଓଡ଼ିଶା  ବାହାରେ  ଅନେକ  ଅଗ୍ରଣୀ ବହୁରାଷ୍ଟ୍ରୀୟ କମ୍ପାନୀ ଜେରକ୍ସ, ଟାଟା, ରିଲାଏନ୍ସ ଆଦିରେ କାର୍ଯ୍ୟ କରିଛନ୍ତି । ସଂପ୍ରତି ସେ ଓଡ଼ିଶାରେ ରିଲାଏନ୍ସ ଜିଓର ରାଜ୍ୟ ବ୍ୟବସାୟ  ମୁଖ୍ୟ  ଏବଂ  ସିଇଓ  ଭାବରେ  ପ୍ରତିଟି  କୋଣ  ଅନୁକୋଣକୁ  ଦୂରସଂଚାର  ବ୍ୟବସ୍ଥା  ସହ  ଯୋଡିବା  ଏବଂ  ଲୋକଙ୍କ

ନିକଟରେ  ଡିଜିଟାଲ  ବିପ୍ଳବର  ସୁଫଳ  ପହଂଚାଇବା  ପ୍ରୟାସରେ  ଲାଗିଛନ୍ତି ।  କାର୍ଯ୍ୟଜନିତ  ଚାପକୁ  ହାଲକା  କରିବାକୁ  ପ୍ରଦୀପ ଦୁଇଟି ଅଭିନବ ପନ୍ଥା ଆପଣାଇଛନ୍ତି – ଚାଷ କାମ ଓ ବ୍ୟାୟାମ । ଏଥିରେ ବେଶ୍ ସଫଳ ମଧ୍ୟ ହୋଇଛନ୍ତି ସେ । ବହୁ ଚିନ୍ତା କରିବାପରେ ପ୍ରଦୀପ କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ତାଙ୍କର ନିଜ ଗାଁ କୋରୋ ମୀର୍ଜାପୁରରେ ବିଭିନ୍ନ ଗଛ ଲଗାଇ ଏକ ସୁନ୍ଦର ବଗିଚା ସୃଷ୍ଟି କରିଛନ୍ତି । ଏହାଦ୍ୱାରା ସେ ପରିବେଶ ପାଇଁ କିଛି ଭଲ କରିବା ସହିତ ନିଜ ଶରୀର ଓ ମନକୁ ସୁସ୍ଥ ଏବଂ ଚାପମୁକ୍ତ ରଖିପାରୁଥିବା ପ୍ରକାଶ କରିଛନ୍ତି ।

କୋରୋ  ମୀର୍ଜାପୁରରେ  ଥିବା  ତାଙ୍କର  ପ୍ରାୟ  ଏକ  ଏକର  ପରିମିତ  ପୈତୃକ  ଜମିକୁ  ଏକ  ଅଭିନବ  କୃଷିକ୍ଷେତ୍ରରେ  ପରିଣତ କରିଛନ୍ତି ପ୍ରଦୀପ । ସେଠାରେ ସେ ବିଭିନ୍ନ ପନିପରିବା, ଔଷଧୀୟ ବୃକ୍ଷ, ଫଳ, ଫୁଲ ଆଦି ଲଗାଇଛନ୍ତି । ସପ୍ତାହାନ୍ତରେ ତାଙ୍କୁ ଯେବେବି କିଛି ସମୟ ମିଳେ ସେ ନିଜ ଗାଁକୁ ଯାଇ ସେହି ବଗିଚା କାମରେ ଲାଗିପଡନ୍ତି । ଏହାଦ୍ୱାରା ସାରା ସପ୍ତାହର ମାନସିକ ଚାପ,  ଅବସାଦ  ତାଙ୍କର  ଦୂର  ହୋଇଯାଏ  ବୋଲି  ସେ  କୁହନ୍ତି ।  ଏଥିସହିତ  ଗ୍ରାମର  ଯୁବବର୍ଗଙ୍କୁ  ଅର୍ଥପୂର୍ଣ୍ଣ  କ୍ୟାରିୟର ଆପଣେଇବାକୁ  ସେ  ପ୍ରୋତ୍ସାହିତ  କରୁଛନ୍ତି ।  ତାଙ୍କ  ଅଭିନବ  କୃଷିକ୍ଷେତ୍ର  ବା  ବଗିଚାରେ  ଲଗାଯାଇଥିବା  ଔଷଧୀୟ  ବୃକ୍ଷଗୁଡିକ ମଧ୍ୟରୁ କେତେକ ମଧୁମେହ ଉପଶମକାରୀ ରହିଛି । ଏହା ଗ୍ରାମର ଅନେକ ବୟସ୍କ ବ୍ୟକ୍ତିଙ୍କ ଚିକିତ୍ସା କାମରେ ଲାଗୁଛି ।

ପ୍ରଦୀପଙ୍କ  କହିବା  ଅନୁଯାୟୀ  ନିୟମିତ  ଭାବରେ  ଶାରୀରିକ  ବ୍ୟାୟାମ  କରିବା,  ଦୌଡିବା  ଏବଂ  ଯୋଗ  କରିବା  ଦ୍ୱାରା  ତାଙ୍କ ଦୈନନ୍ଦିନ ଜୀବନରେ ଚାପ ଲାଘବ କରିବାରେ ସହାୟକ ହୋଇଛି । ତେବେ ତାଙ୍କ ପାଇଁ ଅଧିକ ଖୁସି ଆଣିଦେଇଛି ନିଜ ଗାଁରେ ସେ ତିଆରି କରିଥିବା ସୁନ୍ଦର ବଗିଚା । ଏହି ଉନ୍ମୁକ୍ତ କୃଷିକ୍ଷେତ୍ର ଭିତରେ ସେ ଏକ ସୁନ୍ଦର ପାଦଚଲା ରାସ୍ତା ତିଆରି କରିବା ସହିତ ଗ୍ରାମବାସୀଙ୍କ ପାଇଁ ଏକ ଛୋଟଧରଣର ବୈଠକସ୍ଥଳ ବ୍ୟବସ୍ଥା କରିଛନ୍ତି । ଏବେ ତାଙ୍କର ଏହି ବଗିଚା ଗ୍ରାମର ଅନେକ ଯୁବକ ଓ ବୟସ୍କଙ୍କ ପାଇଁ ସକାଳ ଓ ସାନ୍ଧ୍ୟ ଭ୍ରମଣର ପ୍ରକୃଷ୍ଟ ସ୍ଥାନ ପାଲଟିଛି । ତାହାସହିତ ଏହା ଉକ୍ତ ଅଂଚଳର ଅନ୍ୟମାନଙ୍କୁ ଏହିଭଳି ଭାବରେ ପରିବେଶ ସୁରକ୍ଷା ଓ ଅର୍ଥପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହେବାକୁ ଏହା ଉତ୍ସାହିତ କରୁଛି ।

   Related Posts