ଆହୁରି କଡ଼ା ହେଲେ ଗଜପତିି ଜିଲ୍ଲା ପ୍ରଶାସନ: ଅନ୍ୟ ଜିଲ୍ଲାକୁ ସଂଯୋଗ କରୁଥିବା ୧୭ଟି ପ୍ରବେଶ ପଥକୁୁ କରାଗଲା ସିଲ୍‌

Published By : Prameya-News7 Bureau | April 21, 2020 IST

ଗଜପତି୨୧/୪: କରୋନା ଭୂତାଣୁ ସଂକ୍ରମିତ ରୋକିବା ପାଇଁ ହେଲେ ସାମାଜିକ ଦୂରତ୍ବ ହିଁ ଏକମାତ୍ର ବିକଳ୍ପ । ତେଣୁ ସରକାର ସାରା ଦେଶରେ ଲକଡାଉନ୍ ଘୋଷଣା ହେବା ସହ ଆନ୍ତରାଜ୍ୟ ଏବଂ ଆନ୍ତଜିଲ୍ଲା ମଧ୍ୟରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଫଳରେ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ପୁଲିସ ମୁତୟନ ହେବା ଯାଞ୍ଚକୁ ଆହୁରି କଡାକଡି କରାଯାଇଛି ।

ପ୍ରବେଶ ରାସ୍ତାରେ ନିର୍ମାଣ ହୋଇଥିବା ଚେକ୍ ପୋଷ୍ଟରେ ପୁଲିସ ମୁତୟନ ରହୁଛନ୍ତି । ହେଲେ କିଛି ବ୍ୟକ୍ତି ବିଭିନ୍ନ ବାଟ ଦେଇ ଏହି ସୀମା ପାର ହେଉଛନ୍ତି । ଏହିଭଳି ଲୋକଙ୍କ ଉପରେ ନଜର ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଚେକ୍‌ପୋଷ୍ଟ ନିକଟରେ ସିସିଟିଭି ଖଞ୍ଜା ଯାଇଛି । ଏହା ୨୪ ଘଣ୍ଟା ସୀମାପାର ହେଉଥିବା ଗାଡି କିମ୍ବା ବ୍ୟକ୍ତିଙ୍କ ଉପରେ ନଜର ରଖିବ ।

ଏହାକୁ ତର୍ଜମା କରିବା ସହ ନିୟମର ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାର ୧୭ଟି ସ୍ଥାନରେ ସୀମା ସିଲ୍ କରାଯାଇଛି । ଗଜପତି ଜିଲ୍ଲାର ଗୋଟିଏ ପଟେ ଆନ୍ଧ୍ର ପ୍ରଦେଶ ରହିଥିବା ବେଳେ ଅନ୍ୟ ପଟେ ରାୟଗଡ ଜିଲ୍ଲା, ଆଉ ଗୋଟିଏ ପଟେ ଗଞ୍ଜାମ ଏବଂ ଅନ୍ୟ ଏକ ଦିଗରେ କନ୍ଧମାଳ ଜିଲ୍ଲା ରହିଛି । ଏହି ସମସ୍ତ ଦିଗରେ ପ୍ରବେଶ ପଥ ଗୁଡିକ ପ୍ରଶାସନ ସିଲ କରି ଦିଆଯାଇଛି ।

ଏହି ସବୁ ଚେକ୍ ପୋଷ୍ଟରେ ବର୍ତ୍ତମାନ ପୁଲିସ ପହରା ଦେଉଥିବା ବେଳେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିବା ଗାଡି ଏବଂ ବ୍ୟକ୍ତିଙ୍କୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । ଜିଲ୍ଲାର ପ୍ରବେଶ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅନ୍ୟ ଜିଲ୍ଲାକୁ ବିଶେଷ କରି ବ୍ରହ୍ମପୁରକୁ ଗଜପତିରୁ ପ୍ରତିଦିନ ଏକାଧିକ ଗାଡି ଯାତାୟତ କରୁଥିବା ଜଣାପଡିଛି । ତେଣୁ ସମସ୍ତ ପ୍ରବେଶ ପଥରେ ସିସିଟିଭି ଖଞ୍ଜାଯାଇ ଦୃଷ୍ଟି ରଖାଯିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.