ଭାରତ ବନାମ ଶ୍ରୀଲଙ୍କା ମ୍ୟାଚ୍ ର ସ୍ମରଣୀୟ ୪ଟି ଖୁବ ସୁନ୍ଦର ଛବି, ଯେଉଁଥିରୁ ପ୍ରଥମଟି ବାସ୍ତବିକ ଖୁବ୍ ସୁନ୍ଦର
7/07/2019 at 4:56 PM

ଲିଡସ୍: ଆଇସିସି ୱାର୍ଲଡ କପ୍ ର ୪୪ତମ ଏକ ଦିବସୀରେ ଭାରତକୁ ଭେଟିଥିଲା ଶ୍ରୀଲଙ୍କା। ବେଶ ରୋମାଞ୍ଚକର ଥିଲା ମ୍ୟଚ୍। ସାରା ବିଶ୍ୱର ଆଖି ଲାଖି ରହିଥିଲା ଟିଭି ପରଦା ଉପରେ। ପ୍ରତ୍ୟେକ ମୁହୁର୍ତ୍ତର ହେଉଥିଲା ସିଧାପ୍ରସାରଣ। ଏଥିରେ ଟିଭି କ୍ୟାମେରା ମ୍ୟାନ ତାଙ୍କ କଳାଚାତୁରି ଦେଖାଇବାରେ ସାମାନ୍ୟତମ ବ୍ୟତିକ୍ରମ କରିନଥିଲେ। ଏଥିରେ ୪ଟି କ୍ଷଣର ଫଟୋ ଚିତ୍ର ଦର୍ଶକଙ୍କୁ ବେଶ୍ ଉନ୍ମାଦିତ କରିଥିଲା। ଯେଉଁଥିରୁ ସବୁଠୁ ଆକର୍ଷକ ଥିଲା ପ୍ରଥମ ଚିତ୍ରଟି। କଣ ଥିଲା ଆସନ୍ତୁ ଦେଖିବା।

ଏଥିରେ ରୋହିତ ଶର୍ମା ଚଳିତ ବିଶ୍ୱକପ୍ ର ୫ମ ତଥା ଲାଗାତାର ତୃତୀୟ ଶତକ ହାସଲ କରିବା ମୁହୁର୍ତ୍ତର ଫଟୋଟି। ଷ୍ଟାଡିୟମ ଆଡକୁ ବ୍ୟାଟ୍ ସହ ଦୁଇ ହାତ ଟେକିଦେଇଥିଲେ। ରୋହିତ ଏହି ଶତକ ସହ ବିଶ୍ୱକପ୍ ରେ ଶ୍ରୀଲଙ୍କା କ୍ରିକେଟର କୁମାର ସଙ୍ଗକାରାଙ୍କ ୨୦୧୫ ବିଶ୍ୱ କପ୍ ରେ ୪ଟି ଶତକର ରେକର୍ଡ ଭଙ୍ଗ କରିଥିଲେ। ସେହିପରି ଦ୍ବିତୀୟ ଚିତ୍ରଟି ଥିଲା ଭାରତୀୟ ଟିମର କ୍ୟାପ୍ଟେନ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କର। ବଲିଉଡ୍ ଅଭିନେତ୍ରୀ ଟିମ୍ ଇଣ୍ଡିଆକୁ ଚିୟର-ଅପ କରିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଯାହାଙ୍କୁକ୍ୟାମେରାମ୍ୟାନ ବାରମ୍ବାର ତାଙ୍କ କ୍ୟାମେରାରେ ଫୋକସ କରୁଥିଲେ।

ସେହିପରି ବାରମ୍ବାର ଟିଭି ପରଦାରେ ଝଲସୁଥିବା ତୃତୀୟ ଫଟୋଟି ଥିଲା ରୋହିତ ଶର୍ମାଙ୍କ ପତ୍ନୀ ଋତିକା ଶର୍ମାଙ୍କର । ଋତିକା ଝିଅ ସହ ଗ୍ୟାଲେରୀରୁ ମ୍ୟାଚ୍କୁ ଉପଭୋଗ କରୁଥିଲେ। ସେହିପରି ଚତୁର୍ଥ ଫଟୋଟି ଜଣେ ବୟସ୍କା କ୍ରିକେଟ ଫ୍ୟାନଙ୍କର। ୮୭ ବର୍ଷ ବୟସ୍କା ଏହି କ୍ରିକେଟ୍ ପ୍ରେମୀ ମହିଳା ଶନିବାର ବାରତ-ଶ୍ରୀଲଙ୍କା ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମରେ ପୁରା ସମୟ ବସିଥିଲେ। ଯାହାକି ଅନେକ କ୍ରିଡୀପ୍ରେମୀଙ୍କୁ ଚକିତ କରିଥିଲା। ତେବେ ଭାରତର ବିଜୟ ତାଙ୍କୁ ବେଶ୍ ଆହ୍ଲାଦିତ କରିଛି।