ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୩ ବର୍ଷ ପରେ ଆସିଲା ରାୟ, ଚାରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

Published By : Prameya-News7 Bureau | September 18, 2020 IST

ଢେଙ୍କାନାଳ ୧୮।୦୯: ଢେଙ୍କାନାଳ ଜିଲ୍ଲାର ବିହୁଚର୍ଚ୍ଚିତ ବାଲିକୁମାର ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଉଲ୍ଲେଖନୀୟ କଙ୍କଡାହାଡ ଥାନା ବାଲିକୁମା ଗ୍ରାମର ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କ ଯୌନାଙ୍ଗରେ ରଡ଼ ଓ  ତାୟା ବେଣ୍ଟ ପୁରାଇ ହତ୍ୟା କରିଥିଲେ। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ହରିପାତ୍ର, ରଘୁ ଲୋହାର, ଆନନ୍ଦ ପାତ୍ର, ସୁଦର୍ଶନ ଲୋହାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇବା ସହ ୨୦ ହଜାର ଟଙ୍କାର  ଅର୍ଥଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ଗତ ୨୦୧୭ ମସିହା ଜୁନ ୧୨ତାରିଖରେ ବାଲିକୁମା ଗ୍ରାମର ବିଧବା ମହିଳା ରାତିରେ ରୋଷେଇ ଘରେ ଏକାକି ଶୋଇଥିବା ସମୟରେ ଗ୍ରାମର ଏହି ୪ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ସହ ଯୌନାଙ୍ଗରେ ଲୁହା ରଡ ଓ ରୁଟି ତାଓ୍ଵାର ବେଣ୍ଟ ପୂରାଇ ହତ୍ୟା କରିଥିଲେ। ଏହି ଘଟଣା ପରେ ଆଜି ୧୭ ଜଣ ସାକ୍ଷୀ, ସାଇଣ୍ଟିଫିକ ଟିମର ତଥ୍ୟକୁ ଆଧାର କରି ଜିଲ୍ଲା ଦୈାରାଜଜ ତାଙ୍କର ରାଏ ଶୁଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.