ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇଥିଲେ ମାଓବାଦୀ: ସେମାନଙ୍କ ସର୍ତ୍ତରେ ରାଜି ହେବା ପରେ ଛାଡ଼ି ଦେଲେ

Published By : Prameya-News7 Bureau | May 13, 2020 IST

ସୁନ୍ଦରଗଡ୧୩/୫: ପୂର୍ବତନ ସରପଞ୍ଚଙ୍କୁ ଅପହରଣ କଲେ ମାଓବାଦୀ। ପୂର୍ବତନ ସରପଞ୍ଚ ଆଗ୍ନେସିଉସ ହୋରଙ୍କୁ ଗତ ରାତିରେ ମାଓବାଦୀମାନେ ଅପହରଣ କରିବା ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶ୍ରୀ ହୋରଙ୍କ ଘର ନୂଆଗାଁ ବ୍ଲକ ଅଞ୍ଚଳର। ସେ ଗତକାଲି ଘରେ ଥିବା ବେଳେ ରାତି ୯ଟାରେ ୨ଟି ବାଇକରେ ୪ ଜଣ ଯୁବକ ତାଙ୍କ ଘରେ ପହଁଞ୍ଚିଥିଲା। ହଠାତ୍‌ ସେମାନେ ବନ୍ଧୁକ ଦେଖାଇ ଶ୍ରୀ ହୋରଙ୍କୁ ଅପହରଣ କରି ନେଇଥିଲେ।

{"id":269351,"sizeSlug":"large"}

ଜଙ୍ଗଲ ଭିତରେ ତାଙ୍କୁ ଅଟକ ରଖି ଧମକ ଚମକ ଦେଇଥିଲେ। ପୂର୍ବରୁ ଠିକାଦାରୀ କରୁଥିବା ଶ୍ରୀ ହୋରଙ୍କୁ ସେମାନେ ପାଣିଟାଙ୍କି ନିର୍ମାଣ ଓ ଅନ୍ୟ କିଛି ଠିକା କାମରୁ ମିଳିଥିବା ଲାଭରୁ ୩ ଲକ୍ଷ ଟଙ୍କା ତୁରନ୍ତ ଦେବାକୁ ଦାବି କରିଥିଲେ। ନ ହେଲେ ଜଙ୍ଗଲ ଭିତରେ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଅନ୍ୟ ଉପାୟ ନପାଇ ଶ୍ରୀ ହୋର ଟଙ୍କା ଦେବାକୁ ରାଜି ହେବା ପରେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗାଁରେ ଛାଡ଼ି ପଳାଇଛନ୍ତି। ଯିବାବେଳେ ସେମାନେ ଗାଁରେ ୧୦ ରାଉଣ୍ଡ ବ୍ଲାଙ୍କ ଫାୟର କରି କରି ଆତଙ୍କ ସୃଷ୍ଟି କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଫୁଟିଥିବା ୧୦ଟି ଖୋକା ପୁଲିସ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.