Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ବିରାଟଙ୍କ ବଦଳରେ ରାହାଣେଙ୍କୁ ସ୍ଥାୟୀ ଟେଷ୍ଟ ଅଧିନାୟକ କରିବାକୁ ଦାବି କଲେ ପୂର୍ବ ଭାରତୀୟ ଅଧିନାୟକ

23/01/2021 at 3:15 PM

ନୂଆଦିଲ୍ଲୀ ୨୩/୦୧ : ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ସିରିଜ୍ ବିଜୟ ପଛରେ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଭୂମିକା ​‌ବେଶ ମହତ୍ତ୍ବପୁର୍ଣ୍ଣ ଥିଲା । ନିଜର ଚମତ୍କାର କ୍ୟାପଟେନ୍ସକୁ ନେଇ ପ୍ରଶଂସକଙ୍କ ହୃଦୟ ଜିଣିଥିଲେ ରାହାଣେ । ଏହି ଐତିହାସିକ ସଫଳତା ପରେ ଦେଶର କୋଣ ଅନୁକୋଣରୁ ତାଙ୍କୁ ଶୁଭେଛାର ସୁଅ ଛୁଟୁଛି । ଆଡିଲେଡ୍‌ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିରୋଧରେ ଦ୍ୱିତୀୟ ପାଳିରେ ମାତ୍ର ୩୬ ରନ୍‌ରେ ଚିତପଟାଙ୍ଗ ମାରିଥିଲା ।  କଙ୍ଗାରୁ ଟିମ୍ ଅଢ଼େଇ ଦିନ ଭିତରେ ୮ ୱିକେଟ୍‌ରେ ଭାରତକୁ ମାତ୍ ଦେଇ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଥିଲା ।  

ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଅଧାରେ ଛାଡ଼ି ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ । ତାଙ୍କ ସ୍ଥାନ ନେବା ପାଇଁ ଦଳର ଦକ୍ଷ ଖେଳାଳି ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ରାହାଣେ, ଅଷ୍ଟ୍ରେଲିଆର ପତିଆରାକୁ ଦେଖି ଭାଙ୍ଗିପଡ଼ିଥିବା ଭାରତୀୟ ଦଳକୁ ପୁଣିଥରେ ଛିଡ଼ା କରିବାରେ ସଫଳ ହୋଇଥିଲେ । ତାଙ୍କର ଚମତ୍କାର କ୍ୟାପଟେନ୍ସି ବଳରେ ଦଳ ମେଲବର୍ଣ୍ଣରେ ଜବରଦସ୍ତ ପ୍ରଦର୍ଶନ କରିଥିଲା । ରାହାଣେ ଦଳର ନେତୃତ୍ୱ ନେବା ସହିତ ମେଲବର୍ଣ୍ଣ ଷ୍ଟାଡିୟମ୍‌ରେ ଶତକୀୟ ପାଳି ଖେଳିଥିଲେ । ଫଳରେ ଦ୍ବିତୀୟ ଟେଷ୍ଟକୁ ୮ ୱିକେଟ୍‌ରେ ଜିତି ନେଇଥିଲା ଭ୍ରମଣକାରୀ ଭାରତ ।  

ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭନ୍, ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ସେନ୍ ୱାର୍ଣ୍ଣ ମଧ୍ୟ ରାହାଣେଙ୍କୁ ପ୍ରଶଂସା କରିଥିଲେ । ପୂର୍ବତନ ଭାରତୀୟ କ୍ୟାପଟେନ୍ ବିଶନ୍ ସିଂ ବେଦି ବିରାଟ କୋହଲିଙ୍କ ବଦଳରେ ଆଜିଙ୍କ୍ୟ ରାହାଣେଙ୍କୁ ସ୍ଥାୟୀ ଟେଷ୍ଟ କ୍ୟାପଟେନ୍ ନିଯୁକ୍ତ କରିବା ପାଇଁ ଦାବି କରିଛନ୍ତି । ସେ ଏକ ନିର୍ଦ୍ଧିଷ୍ଟ ଖବରକାଗଜ ସଂସ୍ଥାରେ ନିଜର ସ୍ତମ୍ଭ ପ୍ରକାଶ କରି ଲେଖିଛନ୍ତି ଯେ, ଆଜିଙ୍କ୍ୟ ରାହାଣେ ତାଙ୍କୁ ଟାଇଗର ପଟୌଦିଙ୍କୁ ମନେ ପକାଇ ଦେଇଥିଲେ । ରାହାଣେ ଯେଉଁଭଳିଭାବେ ଆହତ ସମସ୍ୟା ଦେଇ ଗତି କରୁଥିବା ଭାରତୀୟ ଦଳର ନେତୃତ୍ୱ ନେଇ ଅଷ୍ଟ୍ରେଲିଆରେ ଟେଷ୍ଟ ସିରଜ୍‌କୁ ୨-୧ ରେ ବିଜୟର ସ୍ୱାଦ ଚଖାଇଥିଲେ, ତାହା ସତରେ ପ୍ରଶଂସାଯୋଗ୍ୟ ।   

   Related Posts