Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପବନରେ ଉପୁଡି ପଡିଥିବା ଗଛର ଚାଲିଥିଲା ଭାଗବଣ୍ଟା, ଚଢାଉ କରି ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ଵ କାଠ ଜବତ କଲା ବନ ବିଭାଗ

10/09/2020 at 9:12 PM

ପାଟଣା ୧୦।୦୯: କିଛିଦିନ ପୂର୍ବରୁ ନ୍ୟୁଜ ୭ରେ କେନ୍ଦୁଝର ଜିଲ୍ଲା  ପାଟଣା ରେଞ୍ଜରେ କାଠ ଚାଲାଣ ଓ ବେଧଡ଼କ ଗଛ କଟା ଖବର ପ୍ରାସାରଣ ପରେ  ଦୁର୍ଗାଦେଇପୁର ନିକଟ ବୈତରଣୀ ନଦୀ କୂଳ ଗ୍ରାମ୍ୟ ଜଙ୍ଗଲରୁ ପାଟଣା ବନ ବିଭାଗ ଆଜି ୪୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ବିଭିନ୍ନ କିସମର ଗଛ ଜବତ କରିଛି।  

ସୂଚନା ଅନୁଯାୟୀ ୟୁକାଲିପଟାଶ,ଆକାଶିଆ ଝାଉଁ ଆଦି ଉପୁଡି ପଡିଥିବା ଗଛ ଗୁଡିକୁ ଗ୍ରାମବାସୀ ଅକ୍ତିଆର କରିଥିଲେ। ଏହାର ସୂଚନା ପାଇ ପାଟଣା ବନ ବିଭାଗ ଏହି ସବୁ ଗଛ ଜବତ କରିଛି। ଏଠାରେ ଉପୁଡି ଯାଇଥିବା ଗଛ ଗୁଡିକୁ ଗଚ୍ଛିତ ରଖା ଯାଇ ନିଜ ନିଜ ଭିତରେ ଭାଗ କରୁଥିବା ଅଭିଯୋଗ  ସ୍ଥାନୀୟ ଲୋକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ  ପାଟଣା ବନ ବିଭାଗ ପକ୍ଷରୁ ଉକ୍ତ ଜାଗାରେ ଚଢାଉ କରି ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର କାଠ ଜବତ କରାଯାଇଥିବା ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି।

ହେଲେ ଏଠି ପ୍ରଶ୍ନ ଉଠୁଛି ପାଟଣା ବନ କାର୍ଯ୍ୟାଳୟ ଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଏତେ ମାତ୍ରାରେ ଗଛ ଗଚ୍ଛିତ ଥିଲେ ମଧ୍ୟ କାହିଁକି ରେଞ୍ଜର ଏହି ବିଷୟରେ ଜାଣି ପାରିଲେନି। ନା ଜାଣି ଶୁଣି ସବୁଦେଖି  ଚୁପ ରହି  ମୋଉନ ବ୍ରତ ପାଳୁଛନ୍ତି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ। ଏ ସମ୍ପର୍କରେ ପାଟଣା ରେଞ୍ଜରଙ୍କ ମତାମତ ପାଇଁ ଯୋଗାଯୋଗ କରାଯିବାରୁ, ଉପୁଡି ଯାଇଥିବା ଗଛ ଗୁଡିକ ଗ୍ରାମବାସୀ ଗଚ୍ଛିତ  ରଖିଥିବା ଅଭିଯୋଗ ଆସିବା ପରେ ପାଟଣା ବନ ବିଭାଗ ପକ୍ଷରୁ କାଠ ଗୁଡିକୁ ଜବତ କରି  ଜେସିବି ଓ ଟ୍ରାକ୍ଟର ସହାୟତାରେ ରେଞ୍ଜ କାର୍ଯ୍ୟାଳୟକୁ ଅଣା ଯାଇଥିବା ସେ କହିଛନ୍ତି। ଜବତ ସମୟରେ ପାଟଣା ଫୋରେଷ୍ଟର ଜ୍ୟୋତ୍ସାରାଣୀ ବେହେରା, ଫୋରେଷ୍ଟ ଗାର୍ଡ ପ୍ରଯୁକ୍ତା ଜେନା ତପସ୍ୱୀନି ନାଏକ ଉପସ୍ଥିତ ରହିଥିଲେ।

   Related Posts