ହାତୀଙ୍କ ଜୀବନ ସହ ଖେଳୁଛି ବନ ବିଭାଗ, ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ଧରି ଶିକୁଳିରେ ବନ୍ଧା ନନ୍ଦନ

Published By : Prameya-News7 Bureau | November 27, 2021 IST

ଭୁବନେଶ୍ଵର ୨୭।୧୧:  କୁଙ୍କି ଟ୍ରେନିଂ ଆଳରେ ହାତୀଙ୍କ ଜୀବନ ସହ ଖେଳୁଛି ବନ ବିଭାଗ । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ବର୍ଷ ହେଲାଣୀ ହାତୀ ନନ୍ଦନକୁ ଶିକୁଳିରେ ବାନ୍ଧି ରଖି ନିର୍ଯ୍ୟାତନା ଦେଉଛନ୍ତି ବନ ଅଧିକାରୀ । ଭୁବନେଶ୍ବର ଗୋଡ଼ିବାରି ଅଭୟାରଣ୍ୟରେ ଶିକୁଳିରେ ବନ୍ଧା ହୋଇ ପଡ଼ିଛି ନନ୍ଦନ । କେବଳ ନନ୍ଦନ କାହିଁକି ଚନ୍ଦକା ଡିଭିଜନରେ ଥିବା ହାତୀ ଶଙ୍କର ମଧ୍ୟ ସମାନ ଦଶା ଭୋଗୁଛି । ନେଚର୍ସ କ୍ୟାମ୍ପରେ ରଖି ହାତୀଙ୍କୁ କୁଙ୍କି ଟ୍ରେନିଂ ଆଳରେ ସେମାନଙ୍କ ଜୀବନ ନଷ୍ଟ କରିବାରେ କୌଣସି କସର ଛାଡ଼ି ନାହାନ୍ତି ବନ ବିଭାଗର ବଡ଼ ବଡ଼ ଅଭିଜ୍ଞ ଅଫିସରମାନେ । କେମିତି ଚାଲନ୍ତୁ ଦେଖିବା ।

କୁଙ୍କି ଟ୍ରେନିଂ ନାଁରେ ନନ୍ଦନକୁ ନିର୍ଯ୍ୟାତନା । ଶଙ୍କର ବି ପାଉଛି ଶାସ୍ତି । ବର୍ଷ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇଛନ୍ତି ହାତୀ । ଖରାବର୍ଷା ଶୀତ କାକର ସବୁ ପରିସ୍ଥିତିରେ ଏମିତି ଠିଆ ହୋଇ କଷ୍ଟ ଭୋଗୁଛନ୍ତି । ଇଏ ହେଉଛି  ଭୁବନେଶ୍ବର ଗୋଡ଼ିବାରୀ ଅଭୟାରଣ୍ୟରେ ଶିକୁଳିରେ ବନ୍ଧା ହୋଇଥିବା ହାତୀ ନନ୍ଦନ । ନନ୍ଦନକାନନରୁ ଆସିଥିବାରୁ ତା’ ନାଁ ଦିଆଯାଇଥିଲା ନନ୍ଦନ । ଗଲା ୨ବର୍ଷ ହେଲାଣି ଏମିତି ଶିକୁଳିରେ ବନ୍ଧା ହୋଇ ରହିଛି ନନ୍ଦନ । ନା ଚାଲି ପାରୁଛି । ନା ବୁଲିପାରୁଛି ।

{"id":550897,"sizeSlug":"full","linkDestination":"none"}

ମୁହଁ ଶୁଖିଗଲାଣି । ଆଖି ପଶିଗଲାଣି । ଦୁର୍ବଳ ହୋଇଗଲାଣି ପୂରା ଶରୀର । ଏବେ ଦେଖନ୍ତୁ ନନ୍ଦନ କାନନରେ ଥିବା ବେଳେ କେମିତି ଦେଖାଯାଉଥିଲା ନନ୍ଦନ। ଆଉ ଏବେ ଗୋଡ଼ିବାରି ଅଭୟାରଣ୍ୟରେ ୨ବର୍ଷ କାଟିବା ପରେ କେମିତି ଦେଖାଯାଉଛି । ଜଙ୍ଗଲି ହାତୀଙ୍କୁ ପୋଷା ମନାଇବାକୁ କୁଙ୍କି ଅପରେସନକୁ ଆଳ କରିଥିବା ବନ ବିଭାଗର ବଡ଼ ବାବୁମାନେ ନିଜ ଆଭିମୁଖ୍ୟରେ କେତେ ସଫଳ ହୋଇଛନ୍ତି ସେ ହିସାବ ତ କାହା ପାଖରେ ନାହିଁ। ହେଲେ ଏମାନଙ୍କ ଚକ୍ରାନ୍ତର ଶିକାର ହୋଇ କଷ୍ଟ ପାଉଛି ନନ୍ଦନ ଭଳି ହାତୀ ।

{"id":550898,"sizeSlug":"full","linkDestination":"none"}

୨୦୧୦ ମସିହାରେ ନନ୍ଦନକୁ ନନ୍ଦନକାନନରୁ ଗୋଡ଼ିବାରୀ ଅଣାଯାଇଥିଲା । ବର୍ତ୍ତମାନ ନନ୍ଦନର ବୟସ ୩୫ବର୍ଷ । ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ହେଲାଣି ଏମିତି ଅବସ୍ଥାରେ ଗୋଡ଼ିବାରୀ ଅଭୟାରଣ୍ୟରେ ବନ୍ଧା ହୋଇ ପଡ଼ିଛି ନନ୍ଦନ । ଚେହେରା ଦେଖି ନନ୍ଦନକୁ କୁଙ୍କି ଟ୍ରେନିଂ ଦେବାକୁ ଚୟନ କରିଥିଲେ ଏକ୍ସପର୍ଟ । ହେଲେ ଟ୍ରେନିଂ ତ ଦୂରର କଥା ହାତୀ କେମିତି ମାହୁନ୍ତ ବୋଲ ମାନିବ ସେତକ ବି କରିପାରି ନାହାନ୍ତି ବିଭାଗୀୟ ଅଧିକାରୀ । ବାରମ୍ବାର ମାହୁନ୍ତ ବଦଳୁଥିବାରୁ ହାତୀ କାହା ଇଶାରାରେ ପୋଷା ମାନିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

{"id":550899,"sizeSlug":"full","linkDestination":"none"}

କୁଙ୍କି ଗାଇଡ୍ ଲାଇନ୍ କହୁଛି ନିୟମିତ ବ୍ୟବଧାନରେ ହାତୀର ଓଜନ ଯାଂଚ ହେବା ଦରକାର । ହାତୀ ରହିବା ସ୍ଥାନରେ ଛାତ ରହିବା କଥା । ହେଲେ ଏସବୁ ନିୟମକୁ ଏଠି ଅଣଦେଖା କରାଯାଇଛି । ଆଉ ବିଭାଗୀୟ ଅଧିକାରୀଙ୍କ ଏଭଳି ଅବହେଳାକୁ ଧରିଛନ୍ତି ବନ୍ୟପ୍ରାଣୀ ବିଶେଜ୍ଞ । ତେବେ ଆମେ ଡିଏଫଓ ମହାଶୟଙ୍କୁ ପଚାରିବାରୁ ସେ  କ’ଣ ସଫେଇ ଦେଉଛନ୍ତି ଦେଖନ୍ତୁ ।

କେବଳ ନନ୍ଦନ କାହିଁକି ଚନ୍ଦକା ଡିଭିଜନରେ ସମାନ ଦଶା ଭୋଗୁଛି ହାତୀ ଶଙ୍କର । ଦୀର୍ଘ ଦିନ ହେଲାଣି ଶଙ୍କର ବି ଶିକୁଳିରେ ବନ୍ଧା ହୋଇପଡ଼ିଛି । କୁଙ୍କି ଅଭିଯାନ ନାଁରେ ବନ ବିଭାଗର ବଡ଼ ବାବୁଙ୍କ ହାତୀ ମାରଣ ନୀତି ଜଳ ଜଳ ଦେଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.