Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଦେଶିନୀ କ୍ଷମା ମାଗିଲେ, କହିଲେ- ‘ଲକ୍ଷ୍ଣଣ ଝୁଲାରେ ଫଟୋ ଉଠାଇବା ବେଳେ କରୁଥିଲି ଷ୍ଟଣ୍ଟ କିନ୍ତୁ ନଥିଲି ଉଲଗ୍ନ’

2/09/2020 at 8:36 PM

ଡେରାଡୁନ ୦୨।୦୯: ବିଦେଶିନୀ କ୍ଷମା ମାଗିଲେ। ଅଭିଯୋଗକୁ ଅସ୍ଵୀକାର କଲେ। ଋଷିକେଷର ଲକ୍ଷ୍ଣଣ ଝୁଲା ବ୍ରିଜରେ ନଗ୍ନ ଭିଡିଓ ତିଆରି କରିବା ଅଭିଯୋଗରେ ଗିରଫ ବିଦେଶୀ ମହିଳା କ୍ଷମା ମାଗିଛନ୍ତି। ସେ ସଂପୂର୍ଣ୍ଣ ଉଲଗ୍ନ ଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସେ ପୋଲ ଉପରେ ସଂପୂର୍ଣ୍ଣ ଉଲଗ୍ନ ନଥିଲେ ଏବଂ ତାଙ୍କ ଶରୀରରେ  କପଡା ଥିଲା। ସେ ଯୌନ ଉତ୍ପୀଡନ ପ୍ରତି ଆକର୍ଷିତ କରିବା ପାଇଁ ଷ୍ଟଣ୍ଟ କରୁଥିଲେ ବୋଲି ବିଦେଶୀ ମହିଳା କହିଛନ୍ତି।

ପୋଲିସ ଅନୁଯାୟୀ ୨୭ ବର୍ଷୀୟ ବିଦେଶୀ ମହିଳାଙ୍କ ନାମ ମାରିଆ ହେଲେନ। ଅଭିଯୋଗ ଆଧାରରେ ବିଦେଶୀ ମହିଳାଙ୍କ ବିରୋଧରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆକ୍ଟ ଆଧାରରେ କେସ୍ ରୁଜୁ କରାଯାଇଥିଲା। ମାମଲା ଯାଞ୍ଚ ପରେ ଜଣା ପଡିଥିଲା ଯେ ଲକ୍ଷ୍ଣଣ ଝୁଲା ପୋଲରେ ବିଦେଶୀ ନଗ୍ନ ଫଟୋ ଉଠାଇଥିଲେ। ସ୍ଥାନୀୟ ପୋଲିସ  ଷ୍ଟେସନର ଅଧିକାରୀ ଆରକେ ସକଲାନି କହିଛନ୍ତି, ମହିଳା ଜଣକ ଆମକୁ କହିଲେ ଯେ ସେ ଅନଲାଇନ୍‌ ବିଡ୍ ହାର ବିକ୍ରି କରିବାକୁ ଚାହୁଁଥିଲେ ଏବଂ ଫଟୋ ସୁଟ୍‌ର ଉଦ୍ଦେଶ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବାର ଥିଲା।

ବିଦେଶୀ ମହିଳା କହିଛନ୍ତି ଯେବେ ସେ ଷ୍ଟଣ୍ଡ କରୁଥିଲେ ସେହି ସମୟରେ ତାଙ୍କ ଆଖପାଖରେ କେହି ନଥିଲେ। ସେ କହିଛନ୍ତି ଯେବେ ମୁଁ ଲକ୍ଷ୍ଣଣ ଝୁଲା ପୋଲରେ ଯାଏ ସେହି ସମୟରେ ମୋତେ ହଇରାଣ କରାଯାଇଛି। ମୁଁ ଭାବୁଛି ମୋର ଭାରତୀୟ ଭଉଣୀ ଏବଂ ମହିଳା ଯାତ୍ରୀ ମଧ୍ୟ ନିଶ୍ଚିତ ଭାବେ ଏମିତି ଅନୁଭବ କରିଥିବେ।

ମହିଳା ସ୍ଵୀକାର କରିଥିଲେ ଯେ ସେମାନେ ଗଙ୍ଗା ଘାଟ ଓ ଲକ୍ଷ୍ଣଣ ଝୁଲାରେ ଉତ୍ତେଜକ ଫଟୋ ଉଠାଇଛନ୍ତି। ହେଲେନବ କହିଛନ୍ତି ଯେ ଭାରତରେ ଏହା ବେଆଇନ ବୋଲି ଆମେ ଜାଣିନଥିଲୁ। ଭିଡିଓ ଏବଂ ଫଟୋ ଉଠାଇବାର ଉଦ୍ଦେଶ୍ୟ ସେମାନଙ୍କ ହାର ବ୍ୟବସାୟକୁ ପ୍ରୋତ୍ସାହନ ଦେବାର ଥିଲା।

ପୋଲିସ କହିଛି ମାରିଆ ହେଲେନଙ୍କୁ ଗୁରୁବାର ଗିରଫ କରାଯାଇଥିଲା ଏବଂ ପରେ ଜାମିନରେ ମୁକୁଳିଥିଲେ। ଘଟଣାର ତଦନ୍ତ ପାଇଁ ତାଙ୍କ ମୋବାଇଲ ଫୋନ ଜବତ କରାଯାଇଛି। ମାରିଆ କହିଛନ୍ତି ପ୍ରଥମତଃ ମୁଁ ମୋର କାର୍ଯ୍ୟ ପାଇଁ କ୍ଷମା ମାଗୁଛି। ମୋର ଏହି କାମ ସ୍ଥାନୀୟ  ଲୋକଙ୍କୁ ଆଘାତ ଦେଇଛି। ମୁଁ ଭାରତର ସାଂସ୍କୃତିକ ବିଶିଷ୍ଟତା ବିଷୟରେ ସେତେଟା ସଚେତନ ନଥିଲି ବୋଲି କହିଛନ୍ତି।

   Related Posts