Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଭକ୍ତିର ପ୍ରମାଣ ଦେଲେ ବିଦେଶୀ ଦମ୍ପତି: ଶ୍ରୀକ୍ଷେତ୍ର ଧାମରେ ତଳେ ବସି କୁଡ଼ୁଆରେ ସେବନ କଲେ ମହାପ୍ରସାଦ, ଭିଡିଓ ଭାଇରାଲ

12/10/2020 at 6:41 PM

ପୁରୀ୧୨/୧୦: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଜଗତର ନାଥ। ସେଥିପାଇଁ ସାରା ବିଶ୍ୱରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଧାଇଁ ଆସିଥାଆନ୍ତି। ପ୍ରହାପ୍ରଭୁଙ୍କ ଟିକେ ଆଶୀର୍ବାଦ ପାଇଁ ହଜାର ହଜାର ଭକ୍ତଙ୍କ ସୂଅ ଛୁଟିଥାଏ। ଏପରି କି ଅନ୍ୟ ଧର୍ମର ବ୍ୟକ୍ତିମାନେ ମଧ୍ୟ ମହାପ୍ରଭୁଙ୍କ ଉପରେ ଅଗାଧ ବିଶ୍ୱାସ ରଖିଛନ୍ତି। ଶ୍ରୀମନ୍ଦିର ଭିତରକୁ ନଯାଇ ପାରିଲେ ମଧ୍ୟ ପତିତପାବନଙ୍କୁ ମୁଣ୍ତିଆ ମାରି ମହାପ୍ରସାଦ ଟିକେ ସେବନ ଦ୍ୱାରା ଅପାର ଆନନ୍ଦ ଲାଭ କରନ୍ତି। ପୁରୀରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହା ଜଗନ୍ନାଥ ପ୍ରେମୀଙ୍କ ଭକ୍ତିକୁ ଦ୍ବିଗୁଣିତ କରିଛି।

ଶ୍ରୀକ୍ଷେତ୍ରକୁ ବିଦେଶରୁ ଆସିଥିବା ଦମ୍ପତିଙ୍କ ଭକ୍ତି ଭାବ ଦେଖି ସମସ୍ତ ମନରେ ଆନନ୍ଦ ଭରିଯାଇଛି। ଜଗନ୍ନାଥଙ୍କୁ ସିନା ଦର୍ଶନ କରି ପାରିଲେ ନାହିଁ, ହେଲେ ମନ୍ଦିରଠୁ ଦୂରରେ ରହି, ସ୍ବାମୀ-ସ୍ତ୍ରୀ ଦୁହେଁ କୁଡ଼ୁଆରେ ମହାପ୍ରସାଦ ସେବନ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଣ ହିନ୍ଦୁ ଭକ୍ତ ତଥା ବିଦେଶୀମାନେ ମହାପ୍ରଭୁଙ୍କୁ କେତେ ଭକ୍ତି କରନ୍ତି ତାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଜଣେ ବିଦେଶୀ ମହିଳା ଓ ପୁରୁଷ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ କୁଡ଼ୁଆରେ ମହାପ୍ରସାଦ ସେବନ କରୁଥିବା ଭିଡ଼ିଓ ଭାଇରାଲ ହୋଇଛି। ଆନନ୍ଦ ମନରେ ହସି ହସି ମହାପ୍ରସାଦ ସେବନ କରୁଛନ୍ତି ରଷିଆର ଏହି ଦୁଇ ବିଦେଶୀ। ମହାପ୍ରସାଦ ସେବନର ମାହାତ୍ମ୍ୟ ଜାଣିବା ପରେ ଆତ୍ମାକୁ ଟିକେ ତୃପ୍ତି କରିବା ପାଇଁ ମହାପ୍ରସାଦ ସେବନ କରୁଥିବା କହିଛନ୍ତି।  

   Related Posts