Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ
  • ||
  • ମେ’ ୧୩ରେ ପିପିଲି ଉପନିର୍ବାଚନ
  • ||
  • ଆଜି ରାତି ୮ରେ ପିଏମ୍‌ ମୋଦୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ଉଦଳା : ଦିବ୍ୟାଙ୍ଗ ଯୁବତୀଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ ! ଥାନାରେ ମାମଲା, ଅଭିଯୁକ୍ତ ଫେରାର
  • ||
  • ଲମତାପୁଟ : ୩ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର, ପାତାଳୀ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ
  • ||
  • ଉଦଳା : ବାଇକ୍‌କୁ ପିଟିଲା ଟ୍ରାକ୍ଟର, ଅଧ୍ୟାପକଙ୍କ ମୃତ୍ୟୁ, ଟ୍ରାକ୍ଟର ନେଇ ଡ୍ରାଇଭର ଫେରାର
  • ||
  • ଭୁବନେଶ୍ବର : ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚାଲାଣକାରୀ, ୧୨ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ସହ ବ୍ୟବସାୟୀ ଗିରଫ
  • ||
  • ଯାଜପୁର ରୋଡ୍ : ରେଳ ଧାରଣାରୁ କିନ୍ନରଙ୍କ ମୃତଦେହ ଉଦ୍ଧାର, ଯୁବକଙ୍କ ସହ ଥିଲା ପ୍ରେମ ସମ୍ପର୍କ
  • ||
  • ବ୍ରହ୍ମପୁର : ଭାରସାମ୍ୟ ହରାଇ ଓଲଟିଲା ‘ଶିବଶମ୍ଭୁ’, ୧୦ ଯାତ୍ରୀ ଆହତ
  • ||
  • ନବରଙ୍ଗପୁର : ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା, ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍
  • ||

ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ‘ଜୀବନ୍ତ ସେତୁ’, ପର୍ଯ୍ୟଟକଙ୍କୁ ଟାଣିଆଣୁଛି ପ୍ରକୃତି

25/02/2021 at 4:50 PM

  ମେଘାଳୟ ୨୫/୦୨: ଭାରତରେ ଥିବା ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ଏହିପରି ଏକ ଆକର୍ଷଣୀୟ ସ୍ଥାନ ମେଘାଳୟର ଚେରାପୁଞ୍ଜୀରେ ଅବସ୍ଥିତ । ଏଠାରେ ଏକ “ଡବଲ୍ ଡେକର୍ ଲିଭିଙ୍ଗ୍ ରୁଟ୍ ବ୍ରିଜ୍” ରହିଛି ଯାହା ଜୀବନ୍ତ ସେତୁ ଭାବରେ ପ୍ରସିଦ୍ଧ । ଏହି ସୁନ୍ଦର ଏବଂ ଅନନ୍ୟ ସେତୁକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏହାକୁ ଦେଖିବା ପାଇଁ ଦେଶ ବିଦେଶରୁ ପର୍ଯ୍ୟଟକ ମାନେ ଛୁଟି ଆସିଥାନ୍ତି ।

PunjabKesari

 ମେଘାଳୟର ତିର୍ନା ଗାଁ ରେ ରହିଥିବା ଏହି ସେତୁକୁ ସେଠାକାର ସ୍ଥାନୀୟ ଜନଜାତି ତିଆରି କରିଥିଲେ । ବାସ୍ତବରେ, ରବର ଗଛର ଚେର ବଢି ବଢି ଗାଁରେ ମାଡି ଯାଉଥିଲା ।  ସେଠାକାର ଲୋକମାନେ ଏହାକୁ ସିଧା କରି ଗଛକୁ ସେତୁ ଆକାର ଦେଇଥିଲେ । ୧୫ ବର୍ଷ ପରେ, ଏହି ସେତୁ ପ୍ରସିଦ୍ଧ ହୋଇ ଯାଇଥିଲା । ଏହି ସୁନ୍ଦର ଏବଂ ଆକର୍ଷଣୀୟ ସେତୁ ମେଘାଳୟର ଉମସିୟାଙ୍ଗ ନଦୀ ଉପରେ ନିର୍ମିତ । ଏହାର ଲମ୍ବ ପ୍ରାୟ ୫୦ ମିଟର ଥିବାବେଳେ ପ୍ରସ୍ଥ ୧.୫ମିଟର । ଏହା ୨୦୦ ରୁ ୫୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ ।

ଏହି ସେତୁ ଡବଲ୍ ଡେକର୍ ଲିଭିଙ୍ଗ୍ ରୁଟ୍ ବ୍ରିଜ୍ ଭାବରେ ପ୍ରସିଦ୍ଧ । ଏହି ସେତୁରେ ୨ ଟି ସ୍ତର ରହିଥିବା ବେଳେ ଗୋଟିଏ ସେତୁ ଉପରେ ଆଉ ଗୋଟିଏ ସେତୁ ନିର୍ମିତ ହୋଇଛି । ଏହି ସେତୁର ବିଶେଷତ୍ୱ ​​ହେଉଛି ଏଥିରେ କୌଣସି ଧାତୁ ବ୍ୟବହାର କରାନଯାଇ କେବଳ ଗଛର ଚେରରୁ ନିର୍ମିତ ହୋଇଛି । ପ୍ରାୟ ୫୦ ଜଣ ଲୋକ ଏକା ସମୟରେ ଏହା ଉପରେ ଚଢି ଯାଇପାରିବେ ।

PunjabKesari

ଏହି ସେତୁ ତିର୍ନା ଗାଁରୁ ଆରମ୍ଭ ହୋଇ ଉମଶିଆଙ୍ଗ ନଦୀ ଉପରେ ନିର୍ମିତ । ଏଠାରେ ପହଞ୍ଚିବା ପାଇଁ ଲୋକଙ୍କୁ ପାହାଡରୁ ୩୫୦୦-୩୬୦୦ ପାହାଚ ତଳକୁ ଓହ୍ଲାଇବାକୁ ପଡିବ । ଏହା ପ୍ରାୟ ୩-୪ ଘଣ୍ଟା ଲାଗେ । ସେତୁ ଉପରେ ଟ୍ରେକିଂକୁ ଉପଭୋଗ କରୁଥିବା ଲୋକମାନେ ଏହି ସମୟ ମଧ୍ୟରେ ଅନେକ ଛୋଟ ସେତୁ ଦେଖିବାକୁ ପାଇବେ ।  କିନ୍ତୁ ଏହିସବୁ ସେତୁକୁ ମଜବୁତ କରିବା ପାଇଁ ଧାତୁ ତାର ବ୍ୟବହାର କରାଯାଇଛି ।

ସେତୁରେ ଚଢିବା କୌଣସି ସହଜ କଥା ନୁହେଁ । ଏହି ସେତୁରେ ଚଢିବା ପାଇଁ ପାହାଡି ରାସ୍ତାରେ ଚାଲିବାକୁ ପଡିଥାଏ । ସେତୁ ପାଖାପାଖି ଏକ ଗେଷ୍ଟ ହାଉସ୍ ମଧ୍ୟ ରହିଛି । ସବୁ ପ୍ରକାରର ସୁବିଧା ନମିଳିଲେ ସୁଦ୍ଧା ଖାଇବା ପିଇବାକରେ କୌଣସି ଅସୁବିଧା ହୋଇନଥାଏ ।

   Related Posts