Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ନୀଳଗିରି: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ତଳକୁ ଖସିପଡିଲା ପତାକା

26/01/2021 at 5:46 PM

ନୀଳଗିରି୨୬/୧: ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଅଘଟଣ। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଏହି ଅଘଟଣ ଘଟିଛି। ଜାତୀୟ ପତାକା ତଳେ ପଡିଯାଇଥିଲା। ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ମଙ୍ଗଳବାର ନୀଳଗିରି ଷ୍ଟାଡିୟମ ପରିସରରେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ନୀଳଗିରି ଏସଡିପିଓ ରିତେଶ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ହଠାତ୍ ତାହା ଛିଣ୍ଡି ତଳେ ଖସି ପଡ଼ିଥିଲା। ସେଠାରେ ଉପସ୍ଥିତ ଥିବା ପୁଲିସ ଓ ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀମାନେ ଏହି ପତାକାକୁ ଧରି ନେଇଥିଲେ। କିଛି ସମୟ ପରେ ପୁନର୍ବାର ପତାକା ବାନ୍ଧା ଯାଇଥିଲେ।

ତେବେ ପତାକା ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ବେଳେ କିପରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏଭଳି ଚିତ୍ରକୁ ଗଣମାଧ୍ୟମ ଲୋକ ଲୋଚନକୁ ନଆଣିବାକୁ ପୋଲିସ ଚାପ ପକାଇଥିବା ସୂଚନା ମିଳିଛି।

   Related Posts