ଏହି ୫ ରାଜ୍ୟରେ ଆଗାମୀ ୩/୪ ଦିନରେ ଭୀଷଣ ବର୍ଷା ସମ୍ଭାବନା, ଜଳ ଶକ୍ତି ମନ୍ତ୍ରଣାଳୟ ଦେଲା ଚେତାବନୀ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ ୨୧।୦୮: ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଛି ଏବଂ ଲକ୍ଷାଧିକ ଲୋକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଏହା ମଧ୍ୟରେ ଜଳଶକ୍ତି ମନ୍ତ୍ରଣାଳୟ ଶୁକ୍ରବାର ଦେଶର ପାଞ୍ଚଟି ରାଜ୍ୟରେ ଭୟଙ୍କର ବର୍ଷା ହେବାର ଚେତାବନୀ ଜାରି କରିଛି। ମନ୍ତ୍ରଣାଳୟ କହିଛି ଆଗାମୀ ୩ ରୁ ୪ ଦିନରେ ଓଡିଶା, ଛତିଶଗଡ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି। ଏହ ସବୁ ରାଜ୍ୟରେ ସତର୍କ ରହିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ଜଳ ଶକ୍ତି ମନ୍ତ୍ରଣାଳୟ କହିଛି ଭୀଷଣ ବର୍ଷା କାରଣରୁ ଗୋଦାବରୀ, କୃଷ୍ଣା ଓ ନର୍ମଦା ସହିତ ଏହାର ଶାଖା ନଦୀର  ଜଳସ୍ତର ବଢିପାରେ। ଗୋଦାବରୀ ନଦୀର ଜଳସ୍ତର ଗୁରୁବାର ହୋଇଥିବା ବର୍ଷା କାରଣରୁ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ସୂତ୍ର ଅନୁଯାୟୀ ନଦୀର ଜଳସ୍ତର ବୃଦ୍ଧି ହେବାରୁ ଆନ୍ଧ୍ର ପ୍ରଦେଶର ଦୋବଲେଶ୍ଵରମ ସ୍ଥିତ ସାର ଆର୍ଥର କଟନ ବ୍ୟାରେଜ୍‌ରେ ଜଳ ପ୍ରବାହ ବଢିପାରେ। ଅନ୍ୟପଟେ କୃଷ୍ଣା ନଦୀ ମଧ୍ୟ ଫୁଲି ଉଠିଛି। ଶ୍ରୀଶୈଲମ ଜଳାଶୟ ମଧ୍ୟ ଭରି ଯାଇଛି। ଜଳାଶୟର ୭ଟି ଗେଟ୍‌ ଖୋଲି ଦିଆଯାଇଛି ଏବଂ ଦୁଇ ପାର୍ଶ୍ଵରେ ଦୁଇଟି ଷ୍ଟେସନରେ ବିଜୁଳି ଉତ୍ପାଦନ ପରେ ୩.୮୪ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି।

wp:html /wp:html

ଅନ୍ୟପଟେ ଆଇଏମଡି ମୁମ୍ବାଇର ନିର୍ଦ୍ଦେଶକ ଜେନେରାଲ କେଏସ ହୋସାଲିକର କହିଛନ୍ତି ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁମ୍ବାଇ, ପାଲଘର, ଥାନେ ଓ ରତ୍ନଗିରିରେ ଶୁକ୍ରବାର ଓ ଶନିବାର ପ୍ରବଳ ବର୍ଷା ହୋଇପାରେ। ଭୀଷଣ ବର୍ଷା ସହିତ ପବନ ମଧ୍ୟ ବହିପାରେ। ସେହି ପରି ଓଡିଶାର ବୈତରଣୀ, ମହାନଦୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର  ବଢିବାରେ ଲାଗିଛି। ସେହିପରି ମହାନଦୀରେ ବନ୍ୟା ପାଣି ବାଙ୍କିର ତଳିଆ ଅଂଚଳକୁ ଜଳମଗ୍ନ କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.