Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ରାମଲାଲାଙ୍କ ଉପରେ ପଡିବ ସକାଳର ପ୍ରଥମ କିରଣ, କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର

18/10/2021 at 8:52 PM

ଭୁବନେଶ୍ଵର ୧୮।୧୦: ରାମଲାଲାଙ୍କ ଉପରେ ପଡିବ ସକାଳର ପ୍ରଥମ କିରଣ । ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଝଟକିବ ଅଯୋଧ୍ୟା ରାମମନ୍ଦିର ଗର୍ଭଗୃହ । ଠିକ ଯେମିତି କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଭିତରେ ସବୁଦିନ ସକାଳେ ସୂର୍ଯ୍ୟଙ୍କ କିରଣ ପଡୁଥିଲା । କୋଣାର୍କ ସୂର୍ଯ୍ୟମନ୍ଦିର ଢାଞ୍ଚାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସ ଏନେଇ ସୂଚନା ଦେଇଛନ୍ତି । ଶ୍ରୀରାମଜନ୍ମଭୂମି ମନ୍ଦିର ଆପଣାଇବ ଓଡିଶାର ପ୍ରାଚୀନ ସ୍ଥାପତ୍ୟ କଳା । ଯେମିତି ପ୍ରତି ବର୍ଷ ରାମନବମୀ ତିଥିରେ ସିଂହାସନ ଉପରେ ବିରାଜମାନ ରାମଲାଲାଙ୍କ ଉପରେ ପଡିବ ସୂର୍ଯ୍ୟଙ୍କ ପ୍ରଥମ କିରଣ । ଏଥିପାଇଁ ମନ୍ଦିରର ଡିଜାଇନ୍ ଚୂଡାନ୍ତ କରିବା ଲାଗି ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଆକାଶବିଜ୍ଞାନୀଙ୍କ ସହ ବିଚାର ବିମର୍ଶ କରାଯାଉଛି ।

ଆଜିକୁ ୮ଶହ ବର୍ଷ ତଳେ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା । ଆଜି ବି ଏହା ଭାରତୀୟ ପ୍ରାଚୀନ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଜ୍ୟାମିତି ଏବଂ କଳା ସମନ୍ବୟର ପ୍ରତୀକ ଭାବରେ ଛିଡା ହୋଇଛି । ମୁଖ୍ୟ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗି ଯାଇଛି । କେବଳ ନାଟମନ୍ଦିର ଏବଂ ମୁଖଶାଳା ଭଗ୍ନ ଅବସ୍ଥାରେ ଛିଡା ହୋଇଛି । ମୁଖଶାଳାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ହେଲେ ଆଜି ବି ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ଅବାକ କରେ । ମନ୍ଦିର କଳା  ଉପରେ ଗବେଷଣା କରୁଥିବା ବିଜ୍ଞାନୀଙ୍କୁ ତାଜୁବ କରେ ।

କୋଣାର୍କ ଚକ ଗୋଟିଏ ଗୋଟିଏ ସୂର୍ଯ୍ୟ ଘଡି ଭାବରେ ତିଆରି କରାଯାଇଥିଲା । ପୁଣି ନାଟମନ୍ଦିର ଏବଂ ମୁଖାଶାଳା ଦେଇ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡୁଥିଲା ଗର୍ଭଗୃହ ଭିତରେ । କୁହାଯାଏ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ଲାଗିଥିବା ଅମୂଲ୍ୟ ହୀରକ ଏହି ସୂର୍ଯ୍ୟକିରଣରେ ଝଲସି ଉଠିବା ସହ ଏକ ଅପୂର୍ବ ଦୃଶ୍ୟ ତିଆରି କରୁଥିଲା । ଇତିହାସ ଗର୍ଭରେ କୋଣାର୍କର ମୁଖ୍ୟ ମନ୍ଦିର ନଷ୍ଟ ହୋଇ ଯାଇଛି, କିନ୍ତୁ ଆଜି ବି ଆଧୁନିକ ସ୍ଥାପତ୍ୟ ପାଇଁ ପାଲଟିଛି ପ୍ରେରଣା । କୋଣାର୍କ ମନ୍ଦିର ଢାଞ୍ଚାରେ ଅନୁପ୍ରାଣିତ ହୋଇ ଶ୍ରୀରାମନ୍ଦିର ନିର୍ମାଣ କଥା ବିଚାର କରାଯିବା ଏହାର ବଡ଼ ଉଦାବହରଣ ।

୨୦୨୩ ଡିସେମ୍ବର ସୁଦ୍ଧା ଶ୍ରୀରାମମନ୍ଦିର ଗର୍ଭଗୃହ ନିର୍ମାଣ ସରିବା ନେଇ ଲକ୍ଷ୍ୟ ରଖାଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ଆଇଆଇଟି ମୁମ୍ବାଇ ଏବଂଏନଆଇଟି ରାଉରକେଲା ସମେତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବିଲଡିଂ କନଷ୍ଟ୍ରକସନ୍ର ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଭୂକମ୍ପ ଜୋନ୍ ଭିତରେ ଆସୁଛି ଉତ୍ତରପ୍ରଦେଶ, ସେପଟେ ମନ୍ଦିର ପାଖରେ ବୋହି ଯାଉଛି ସରଜୁ ନଦୀ । ଏହାକୁ ଲକ୍ଷ୍ୟ ରଖି ମନ୍ଦିରର ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ୪ଶହ ଫୁଟ ଲମ୍ବା ଏବଂ ୩ଶହ ଫୁଟ ଓସାର ପ୍ଲିନ୍ଥ ହେଉଛି, ୟାହା ଉପରେ ୩୬୫ ଫୁଟ ଲମ୍ବା ଏବଂ ୧୭୧ଫୁଟ ଉଚ୍ଚ ମନ୍ଦିର ନିର୍ମାଣ ହେବ । ଅଯୋଧ୍ୟା ରାମମନ୍ଦିର ଭାରତୀୟ ବିଜ୍ଞାନ ଏବଂ କଳାର ସମିଶ୍ରଣ ପ୍ରସ୍ତୁତ କରିବ । ଏଥିପାଇଁ ଇଞ୍ଜିନିୟରମାନେ ସବୁ ଦିଗକୁ ଲକ୍ଷ୍ୟ ରଖି ଡିଜାଇନ୍ ପ୍ରସ୍ତୁତ କରୁଛନ୍ତି । ଆଉ ମନରେ ରଖିଛନ୍ତି ବ୍ଲାକ୍ ପାଗୋଡା କୋଣାର୍କର ଢାଞ୍ଚା ।

   Related Posts