ପ୍ରଥମ ମେଟ୍ରିକୁଲେଟ ବାୟା ମାଙ୍କିଡିଆଙ୍କୁ ନିଯୁକ୍ତିପତ୍ର ଓ ଲାପଟପ ପ୍ରଦାନ

Published By : Prameya-News7 Bureau | July 30, 2021 IST

ବାରିପଦା ୩୦/୭: ମୟୂରଭଞ୍ଜ ଜିଲ୍ଲାରେ ବାସ କରୁଥିବା ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମେଟ୍ରିକୁଲେଟ ବାୟା ମାଙ୍କିଡିଆଙ୍କୁ ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ପକ୍ଷରୁ ଶିକ୍ଷକ ପଦରେ ନିଯୁକ୍ତି ପତ୍ର ପ୍ରଦାନ ମିଳିବା ସହ ଲାପଟପ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅପରାହ୍ନରେ ଜିଲ୍ଲାପାଳ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଶ୍ରୀ ମାଙ୍କିଡିଆଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଶୁଭେଚ୍ଛା ପ୍ରଦାନ ମଧ୍ୟ କରିଛନ୍ତି ।

ପ୍ରକାଶ ଥାଉକି ଶ୍ରୀ ମାଙ୍କିଡିଆ ମୟୂରଭଞ୍ଜ ଜିଲ୍ଲାରୁ ମାଙ୍କିଡିଆ ଆଦିମ ଜନଜାତି ବର୍ଗର ଛାତ୍ର ଭାବରେ ୨୦୧୦ ମସିହାରେ ମାଟ୍ରିକୁଲେଟ ପାସ କରିଥିବା ପ୍ରଥମ ଛାତ୍ର ଭାବରେ ରେକର୍ଡ ସୃଷ୍ଟି କରି ସମଗ୍ର ରାଜ୍ୟରେ ପ୍ରସଂଶିତ ହୋଇଥିଲେ । ପରେପରେ ସରକାରୀ ପ୍ରତ୍ସାହନ ପାଇ ଯୁକ୍ତ ୨ ପରୀକ୍ଷାରେ ସଫଳତାର ସହ ଉତୀଣ୍ଣ ହୋଇ ଯୁକ୍ତ ୩ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।

ତେବେ ତାଙ୍କ ବିଷୟରେ ଜାଣିବା ପରେ ଜିଲ୍ଲାପାଳ ତାଙ୍କୁ ସ୍ୱତନ୍ତ୍ର ଭାବରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଉଦଳା ଅନ୍ୱେଷା ଶିକ୍ଷାନୁଷ୍ଠାନରେ ତାଙ୍କୁ ଟ୍ୟୁଟର ଶିକ୍ଷକ ଭାବେ ସରକାରୀ ଭାବେ ନିଯୁକ୍ତ କରିବା ସହିତ ତାଙ୍କର ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ତଥା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକ ଲ୍ୟାପଟପ ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରୀ ମାଙ୍କିଡିଆ ନିଯୁକ୍ତି ପାଇବା ପରେ ଜିଲ୍ଲା ପ୍ରସାଶନକୁ ଏଭଳି ସହାୟତା ପାଇଁ ଆନନ୍ଦ ପ୍ରକାଶ କରି କୃତଜ୍ଞତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.