ଇଂଲଣ୍ଡ କାହିଁକି ବଡ ସ୍କୋର କରି ପାରିଲା ନାହିଁ, ତାଙ୍କୁ କେମିତି ମିଳିଲା ସଫଳତା, ଏହାର ରାଜ୍ ଖୋଲିଲେ ଅକ୍ଷର ପଟେଲ୍

Published By : Prameya-News7 Bureau | February 24, 2021 IST

ଅହମ୍ମଦାବାଦ ୨୪।୦୨: ଭାରତୀୟ ଦଳ ନବ ନିର୍ମିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌ରେ ରଖିଛି। ଭ୍ରମଣକାରୀ ଦଳ ପ୍ରଥମ ଇନିଂସରେ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ନିଜର ପ୍ରଥମ ଇନିଂସରେ ୩ ଓ୍ଵିକେଟ୍ ହରାଇ ୯୯ ରନ କରିଛି। ରୋହିତ ଶର୍ମା ୫୭ ରନ ଏବଂ ଆଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ଅଛନ୍ତି। ପ୍ରଥମ ଦିନର ଖେଳ ଅକ୍ଷର ପଟେଲଙ୍କ ନାମରେ ରହିଛି। ସେ ୬ ଓ୍ଵିକେଟ୍ ନେଇ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି।

ଏହି ଦମଦାର ପ୍ରଦର୍ଶନ ପରେ ଅକ୍ଷର କହିଛନ୍ତି ଯେ, ଯେବେ ସବୁ କିଛି ଆପଣଙ୍କ ସପକ୍ଷରେ  ରହୁଛି ତେବେ ଆପଣଙ୍କୁ ଆଉ କିଛି ପରିଶ୍ରମ କରିବାର ଆବଶ୍ୟକତା ରହିଛି। ମେରା ଉଦ୍ଦେଶ୍ୟ ଓ୍ଵିକେଟ୍ ଟୁ ଓ୍ଵିକେଟ୍ ବୋଲିଂ କରିବା ଏବଂ ବ୍ୟାଟସମ୍ୟାନଙ୍କୁ ଆମନ୍ତ୍ରଣ କରିବା ରହିଥିଲା। ଚେନ୍ନାଇରେ ବଲ୍‌ ସ୍କିଡିଂ ନଥିଲା, ହେଲେ ଏଠାରେ ଥିବାରୁ ବ୍ୟାଟସମ୍ୟାନ ଅଧିକ ଏଲବିଡବ୍ଲ୍ୟୁ  ହେଉଛନ୍ତି।

ଗୋଟିଏ ଦିନରେ ୧୩ ଓ୍ଵିକେଟ୍ ଖସିବା ବିଷୟରେ ଅକ୍ଷର ପଟେଲ କହିଛନ୍ତି, ବହୁତ ଗୁଡାଏ  ଟି-୨୦ କ୍ରିକେଟ୍ ମ୍ୟାଚ୍‌ ହେବାରୁ ଟେଷ୍ଟରେ ଏହାର ପ୍ରଭାବ ପଡୁଛି। ଏଥିସହ ବ୍ୟାଟସମ୍ୟାନ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି। ଏଥିପାଇଁ ବଲ୍ ଲାଇନ୍‌ରେ ରଖିଲେ ଓ୍ଵିକେଟ୍ ମିଳିବାରେ ସହଜ ହେଉଛି। ଯଦି ବ୍ୟାଟସମ୍ୟାନ ଲୟରେ ଥାନ୍ତି ତେବେ ଆପଣ ବ୍ୟାକଫୁଟ୍‌ରେ ରହିବେ। ଯଦି ସେ ଭଲ ଭାବେ ଡିଫେନ୍ସ କରି ପାରୁନାହାନ୍ତି ଏବଂ ସ୍ଵିପ୍ ଓ ରିଭର୍ସ ସଟ୍‌ ଖେଳୁଛନ୍ତି ତେବେ ଆପଣଙ୍କୁ ଲାଗିବ ଯେ ଏକ ସୁଯୋଗ ଆସୁଛି ବୋଲି ଅକ୍ଷର ପଟେଲ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.